ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ପକ୍ଷରୁ ଆଜି ୬୫ତମ ବାର୍ଷିକ ସାଧାରଣ ସଭା ନୟାଗଡ଼ ଡ଼ିଆରଡିଏ ର ସୃଜନ ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବୀନ୍ଦ୍ର ନାଥ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ୍ ପଟ୍ଟନାୟକ ଯୋଗ ଦେଇଥିଲେ । କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ପ୍ରଶନ୍ନ କୁମାର ପାଲ ବାର୍ଷିକ ବିବରଣୀ ପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ଭାବେ ନୟାଗଡ଼ ସମବାୟ ସମିତି ସମୁହ ନିବନ୍ଧକ ପ୍ରାର୍ଥନା ପ୍ରିୟଦର୍ଶିନୀ, କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ମୌସୁମୀ ସାହୁ, ବ୍ୟାଙ୍କ ଡାଇରେକ୍ଟର ନିତ୍ୟାନନ୍ଦ ପ୍ରଧାନ, ବାଷନ୍ତୀ ରାଉତ, ସନ୍ୟାସୀ ପ୍ରଧାନ, ଦୁର୍ଯ୍ୟୋଧନ ବେହେରା , ସୂର୍ଯ୍ୟନାରାୟଣ ସାହୁ, ଉପେନ୍ଦ୍ର କୁମାର ସାହୁ, ସଞ୍ଜୟ କୁମାର ଖୁଣ୍ଟିଆ, ପ୍ରଦୀପ କୁମାର ବେହେରା, ମାଧବ ଚନ୍ଦ୍ର ସାହୁ,ମହେଶ୍ଵର ବେହେରା, ସୂର୍ଯ୍ୟମଣୀ ସ୍ଵାଇଁ, ମନୋଜ କୁମାର ନାୟକ ଓ ସୁରପ୍ରିୟା ମହାନ୍ତି ପ୍ରମୁଖ ମଞ୍ଚାସିନ ହୋଇଥିଲେ ।

ସମବାୟ କୁ ସୁଦୃଢ଼ କରିବା ପାଇଁ ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବାୟ କ୍ଷେତ୍ରକୁ ଅଧୀକ ଗୁରୁତ୍ଵ ଦେଉଛନ୍ତି । ସମବାୟ ଦ୍ଵାରା ଚାଷୀ ମାନେ କିପରି ଅଧୀକ ସୁଦୃଢ଼ ହୋଇପାରିବେ ସେଥି ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନସ୍ଥ ସମସ୍ତ ସମବାୟ ସମିତ ସଭାପତି ମାନେ ଯୋଗ ଦେଇଛନ୍ତି । ନୟାଗଡ଼ରୁ ଜିତୁ ନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।