ନୟାଗଡ଼ ଜିଲ୍ଲା ଚାଇଲ୍ଡ ପ୍ରୋଟେକ୍ସନ କମିଟିର ବୈଠକ ଅନୁଷ୍ଠିତ

ନୟାଗଡ଼, ୨୫.୦୪.୨୦୨୫: ସେଣ୍ଟର୍ ଫର୍ କାଟାଲାଇଜିଙ୍ଗ ଚେଞ୍ଜ (ସି ଥ୍ରୀ) ତରଫରୁ ନୟାଗଡ଼ ଜିଲ୍ଲାରେ ଚାଇଲ୍ଡ ପ୍ରୋଟେକ୍ସନ କମିଟିର (District Child Protection Committee) ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି କଲେକ୍ଟୋରେଟ କନଭେନ୍ସନ ହଲରେ ଅନୁଷ୍ଠିତ ହୋଇଛି। ସେହି ବৈଠକରେ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ମୁଖ୍ୟ ବିଷୟ ଚର୍ଚ୍ଚା କରାଯାଇଛି।
ସୁକେଶ ମ୍ରିଧା, ଡିଷ୍ଟ୍ରିକ୍ଟ କୋ-ଅର୍ଡିନେଟର-C3 ଇଣ୍ଡିଆ ଦ୍ୱାରା ସ୍ଵାଗତ ଓ ପ୍ରସ୍ତାବନା ପ୍ରଦାନ କରାଯାଇଥିବା ବେଳେ, ହିମାନ୍ଶୁ ସିଂହ, ପ୍ରୋଗ୍ରାମ୍ ଅଫିସର-C3 ଇଣ୍ଡିଆ ପକ୍ଷରୁ ପ୍ରକଳ୍ପର ସଂକ୍ଷିପ୍ତ ଅପଡେଟ୍ ପ୍ରଦାନ କରାଯାଇଥିଲା।

ବୈଠକରେ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଚ୍ୟାଲେଞ୍ଜ ଓ ସମସ୍ୟାଗୁଡ଼ିକ ଉପରେ ବକ୍ତବ୍ୟ ରଖିଥିଲେ ସ୍ମ୍ତ. ରୋଜିନା ଦାସ (ADM-ନୟାଗଡ଼), ଶ୍ରୀମତୀ ଅର୍ଚନା କହଁର (DSWO-ନୟାଗଡ଼) ଏବଂ କିଶୋର ଚନ୍ଦ୍ର ମହାପାତ୍ର (CWC-ନୟାଗଡ଼ ଚେୟାରମ୍ୟାନ)। ଶ୍ରୀ ସିବିଆନ ପ୍ରଧାନ, DCPO-ନୟାଗଡ଼ ଦ୍ୱାରା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ର ଗୁରୁତ୍ବ ଉପରେ ଆଲୋଚନା କରାଯାଇଥିଲା।

ବ୍ଲକ, GP ଓ ଗ୍ରାମ ସ୍ତରରେ CP ମେକାନିଜମଗୁଡ଼ିକ ସୁଦୃଢୀକରଣ ଉପରେ ଚର୍ଚ୍ଚା ହୋଇଥିବା ବେଳେ, ମନିଟରିଂ ମେକାନିଜମ ଓ ଜିଲ୍ଲା ସ୍ତରୀୟ CPCର ଦାୟିତ୍ବ ସମ୍ବନ୍ଧୀୟ ବିଷୟଗୁଡ଼ିକ ହିମାନ୍ଶୁ ସିଂହ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଶ୍ରୀ ସତ୍ୟରଞ୍ଜନ ଦାଶ (ପ୍ରୋଟେକ୍ସନ୍ ଅଫିସର-ଇନଷ୍ଟିଚ୍ୟୁସନାଲ କେୟାର) ଦ୍ୱାରା ଶିଶୁ ବିବାହରୁ ରକ୍ଷା ମେକାନିଜମ ଉପରେ ଆଲୋଚନା ହୋଇଥିଲା।

ଅନ୍ତିମରେ, ଭବିଷ୍ୟତ ପାଇଁ ଦିଗ୍-ଦଶନ ଓ ମତ ସ୍ଵୀକୃତି କାର୍ଯ୍ୟ ସୁଦୀପ୍ତ କୁମାର ସାହୁ (ବ୍ଲକ କୋ-ଅର୍ଡିନେଟର-ଖଣ୍ଡାପଡ଼ା) ଦ୍ୱାରା ସଂଯୋଜିତ ହୋଇଥିଲା। ବୈଠକ ଶେଷରେ ଭୋଜନ ବ୍ୟବସ୍ଥା ରହିଥିଲା।

ସି ଥ୍ରୀ ଦ୍ୱାରା ଆୟୋଜିତ ଏହି ବୈଠକ ମାଧ୍ୟମରେ ଶିଶୁଙ୍କ ସୁରକ୍ଷା ଓ ସୁଦୃଢୀକରଣ ପାଇଁ କାର୍ଯ୍ୟକ୍ରମ ଗୁଡ଼ିକ ଆଲୋଚନା ହୋଇଥିଲା ।

You might also like