ନୟାଗଡ଼ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଙ୍କ ମାତା ସରୋଜିନୀ ମହାନ୍ତି ଙ୍କ ବିୟୋଗ ଘଟିଛି, ରଣପୁର ନିର୍ବାଚନ ମଣ୍ଡଳୀ ବ୍ରଜରାଜ ପୁର ପଞ୍ଚାୟତ ଲତାର ଗ୍ରାମ ନିଜବାସଭଵନ ରେ ଆଜି ସକାଳ 5ଟା ସମୟ ରେ ତାଙ୍କର ବିୟୋଗ ଘଟିଛି, ସେ 1940ମସିହା ରେ ଜନ୍ମ ଗ୍ରହଣ କରିଥିଲେ, ମୃତ ବେଳକୁ ତାଙ୍କୁ 85ବର୍ଷ ହୋଇଥିଲା, ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ଥିଲେ, ତାଙ୍କର 7ଗୋଟି ଝିଅ, ଓ ଗୋଟିଏ ପୁଅ, ମୃତ ସମୟ ରେ ତାଙ୍କ ପୁତ୍ର ଇଂ ଦେବାଶିଷ ପଟ୍ଟନାୟକ ବୋହୁ ଡ଼ ବନ୍ଦନା ଦାସ, ଓ ନାତି ଦିବ୍ୟଜ୍ୟୋତି ପଟ୍ଟନାୟକ ଉପସ୍ଥିତଥିଲେ, ତାଙ୍କ ମର ଶରୀର କୁ ନିଜ ଗ୍ରାମରେ ପରୀକ୍ରମା କରାଯାଇଥିଲା, ଗାଁ ସ୍ମଶାନ ରେ ଶବ ସଂସ୍କାର କରାଯାଇଥିଲା, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଅମର ଆତ୍ମା ର ସଦଗତି କାମନା କରିବାସହ ଦୁଃଖ ସନ୍ତପ ପରିବାରକୁ ସାନ୍ତ୍ୱନା ଦେଇ ଥିବା ବେଳେ ସମାଜ ସେବୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ଅମର ଆତ୍ମା ର ସଦଗତି କାମନା କରିଛନ୍ତି, ସେ ଜଣେ ପରୋପକାରୀ ମହିଳା ଥିଲେ, ତାଙ୍କ ବିୟୋଗ ରେ ଉକ୍ତ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି, ବହୁ ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ରହି ଦୁଃଖ ସନ୍ତପ ପରିବାରକୁ ସାନ୍ତ୍ୱନା ଦେଇ ଛନ୍ତି