ନୟାଗଡ଼ ଜିଲ୍ଲା ମହୋତ୍ସବ ,ପଲ୍ଲିଶ୍ରୀ ମେଳା, କୃଷି ମେଳା ଓ ପୁସ୍ତକ ମହୋତ୍ସବର ପ୍ରଥମ କୋର କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ.ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହରେ ଅପରାହ୍ନ ୩ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ମଂଚାସୀନ ମାନ୍ୟବର ସାଂସଦ ପୁରୀ ଡା. ସମ୍ବିତ୍ପାତ୍ର, ମାନନୀୟ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ମାନ୍ୟବର ବିଧାୟକ ନୟାଗଡ଼ ଡ଼.ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା, ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀ ଦୁଷ୍ଟନ୍ତ କୁମାର ସ୍ଵାଇଁ, ଜିଲ୍ଳା ପରିଷଦ ସଭାପତି ଇଂ. ଦେବା ଶିଷ୍ ପଟ୍ଟନାୟକ , ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ , ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲିପ କୁମାର ବଳ ଏବଂ ମଂଚ ସମ୍ମୁଖରେ ଉପସ୍ଥିତ ଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦ୍ଦାର ଏବଂ ଅନ୍ୟ ସମସ୍ତଙ୍କୁ ସ୍ଵାଗତ କରିବା ସହିତ ବୈଠକ ରେ ଜିଲ୍ଲାପାଳ ଅଧ୍ଯକ୍ଷତା କରିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ମଂଚାସୀନ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ନୟାଗଡ ଜିଲ୍ଲାରେ ଆସନ୍ତା ଡିସେମ୍ବର ୨୪ରୁ ୨୮ତାରିଖ ୫ଦିନ ବ୍ୟାପି ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୁଏ । ଏହି ମହୋତ୍ସବରେ ସ୍ଥାନୀୟ ଲୋକ କଳା, ଲୋକ ସଂସ୍କୁତି, ଉତ୍ପାଦତ୍ତ ବିକ୍ରିବଟା ଦ୍ୱାରା ଅଞ୍ଚଳର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଭିବୃଦ୍ଧି ଘଟିଥାଏ ।ରାଜ୍ୟର ବିଭିନ୍ନ କୋଣ ଅନୁକୋଣ ତଥା ରାଜ୍ୟ ବାହାରୁ କଳା କାର ମାନେ ଆସି ସେମାନଙ୍କର କଳାନୈପୂଣ୍ୟ ପ୍ରଦର୍ଶନ ଦ୍ୱାରା ଜନ ସାଧାରଣ ଆନନ୍ଦ ଅନୁଭବ କରିଥାନ୍ତି ସ୍ଥାନୀୟ କଳାକାର ମାନଙ୍କର ସୁପ୍ତ ଓ ଆନ୍ତତ୍ନିହିତ ପ୍ରତିଭା ର ପରି ପ୍ରକାଶ ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ, ତେଣୁ ଆମ ସମସ୍ତ ଙ୍କ ମିଳିତ ସହଯୋଗ ଓ ସମନୁ୍ୱରେ ଆପଣ ମାନଙ୍କ ର ପୂର୍ବ ବର୍ଷ ର ଅନୁଭୁତି କୁ ନେଇ ଦିଗ ଦର୍ଶନ ଓ ସାହାଯ୍ୟ ସହଯୋଗ ଆଶା କରୁଛି,, ମାନ୍ୟବର ସାଂସଦ ଡା. ପାତ୍ର କହିଲେଯେ ପର୍ଯ୍ୟାୟ କ୍ରମେ ବିଭିର୍ନ ରାଜ୍ୟ ସହ ସହବନ୍ଧନ କରି ଆମ ଜିଲ୍ଲା ମହୋତ୍ସବକୁ ଆଗେଇ ନେଲେ ଏବଂ ସେ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ, ଅନ୍ୟାନ୍ୟ ମନ୍ତ୍ରୀ ମାନଂକୁ ଅତିଥି ଭାବେ ଆମନ୍ତ୍ରଣ କରି ନୟାଗଡ଼ ଜିଲ୍ଲା ର କଳା ସଂସ୍କୃତି କୁ ଅନ୍ୟ ରାଜ୍ୟ ସହ ପରିଚୟ କରାଇବା,ବାଚସ୍ପତି ମହୋଦୟା ନୟାଗଡ଼ ଜିଲ୍ଲା ର ସମସ୍ତ ପୂର୍ବତନ ଜନ ପ୍ରତିନିଧି ଙ୍କୁ ମହୋତ୍ସବ ମଞ୍ଚ କୁ ଆମନ୍ତ୍ରଣ କରି ସଂମ୍ମାନିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ, ମାନ୍ୟବର ବିଧାୟକ ଡ଼ ସାହୁ ପିଟିଏସ ରାସ୍ତା ତୁରନ୍ତ ମରାମତି ଓ ଆଲୋକୀକରଣ କରିବା ପାଇଁ ପ୍ରସ୍ତାବ ରଖିଥିଲେ, ସେ ପୁଣି କହିଥିଲେ ନୟାଗଡ଼ ମହୋତ୍ସବ ଲୋକ ମାନଙ୍କର, ତେଣୁ କଳାକାର, ସାମ୍ବାଦିକ, ବରିଷ୍ଠ ନାଗରିକ, ବୁଦ୍ଧିଜିବି, ସ୍ଵେଛାସେବୀ ଅନୁଷ୍ଠାନ ମାନଂକୁନେଇ ଆଉ ଏକ ବୈଠକ ଡାକିବା ପାଇଁ ବୈଠକ ରେ ପରାମର୍ଶ ଦେଇ ଥିଲେ,
ଅତିଥି ମାନଙ୍କ ସହିତ ଯୋଗାଯୋଗ କରି ନିମନ୍ତ୍ରିତ ଅତିଥି ଚୂଡାନ୍ତିକରଣ କରିବା ପାଇଁ ମାନ୍ୟବର ସାଂସଦ ଓ ବାଚସ୍ପତି ଙ୍କୁ ଅନୁରୋଧ କରିଥିଲେ, ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ବେହେରା ପ୍ରକାଶ କରିଥିଲେ, ନୟାଗଡ଼ ଜିଲ୍ଲା ର ଲୁକାୟିତ ପ୍ରତିଭା ପରି ପ୍ରକାଶ ନିମନ୍ତେ ଏହା ଏକ ପ୍ରକୃଷ୍ଟ ମଞ୍ଚ, ଜିଲ୍ଲା ମହୋତ୍ସବ କୁ ରଙ୍ଗାରଙ୍ଗ କରି ସରସ ସୁନ୍ଦର କରିବା ପାଇଁ ପ୍ରସ୍ତାବ କରିଥିଲେ, ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ ପ୍ରତ୍ୟକ ବ୍ଲକ ରୁ ଜଣେ ଜଣେ ମଞ୍ଚ ପରିଚାଳକ ବାଛି ମଞ୍ଚ ରେ ସୁଯୋଗ ଦେବା ପାଇଁ ପ୍ରସ୍ତାବ ରଖିଥିଲେ, ଜିଲ୍ଲା ପାଳ ଶ୍ରୀ ଅଗ୍ରୱାଲ ମହାରାଷ୍ଟ୍ର ରୁ ସଂସ୍କୃତିକ ଦଳ ସହ ଓଡିଶା ର ବିଭିର୍ନ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ସର୍ବଶ୍ରେଷ୍ଠ ସାଂସ୍କୃତିକ ଦଳ ମାନଂକୁ ଏହି ମହୋତ୍ସବ ରେ ସାମିଲ କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ, ଆରକ୍ଷୀ ଅଧିକ୍ଷକା ଏସ. ସୁଶ୍ରୀ ପିଟିଏସ ରାସ୍ତା ର ଆଲୋକୀକରଣ, ଏବଂ ପୋଲ ନିର୍ମାଣ କାମ ଶୀଘ୍ର ସାରିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ, ସର୍ବ ଶେଷ ରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ