ନୟାଗଡ଼ ଜିଲ୍ଲା ମହୋତ୍ସବ ର ସ୍ମରଣିକା କମିଟି ବୈଠକ

ଆଜି ଅପରାହ୍ନ ୫ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ସୂଚନାଲୋକ ସମ୍ପର୍କ କାର୍ଯ୍ୟାଳୟ ରେ ଉପ ଜିଲାପାଳ ଶକ୍ତି କାନ୍ତ ରାୟ ଙ୍କ ଅଧକ୍ଷତା ରେ ଜିଲ୍ଲା ମହୋତ୍ସବ ର ସ୍ମରଣିକା କମିଟି ର ବୈଠକ ଅନୁଷ୍ଠିତ ହୋଇଛି,ଆଗାମୀ ନୟାଗଡ଼ ଜିଲ୍ଲା ମହୋତ୍ସବ 2023ପାଳନ ଅବସର ରେମହୋତ୍ସବ ର ମୁଖପତ୍ର ଅlରଣ୍ୟକ ପ୍ରକାଶ ପାଇଁ ନୟାଗଡ଼ ଜିଲ୍ଲା ର କଳା ସଂସ୍କୃତି, କ୍ରୀଡା,ଐତିହ୍ୟ, ଜନଜୀବନ, ଅର୍ଥନୀତି, ସାମାଜିକ ବ୍ୟବସ୍ଥା, ବିଶେଷତ୍ୱ ଗବେଷଣlତ୍ମକ ମୌଳିକ ବିକାଶ ମୂଳକ
ଫିଚର ଧର୍ମୀ ଲେଖାଉଭୟ ଓଡ଼ିଆ ଇଂରାଜୀ ଭାଷା ରେ ଆବଶ୍ୟକ ଇଛୁକ ଲେଖକ, କବି, ପ୍ରାବନ୍ଧିକ, ଶିକ୍ଷାବିତ, ଗବେଷକ ମାନଙ୍କ ଠାରୁ ଲେଖା ଓ ତତ ସମ୍ପ୍ରକୀୟ ଫଟୋ ଆମନ୍ତ୍ରଣ କରାଯାଉଛି,

ଲେଖା ଗୁଡିକ ଉଚ୍ଚ କୋଟିର, ଏବଂ ସର୍ବାଧିକ 1000ଶବ୍ଦ ବିଶିଷ୍ଟ ହେବା ଆବଶ୍ୟକ, ଲେଖକ ମାନେ ଲେଖା ଗୁଡିକ ତା 10-12-2023ରିଖ ସୁଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା ଲୋକ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ନିକଟକୁ ଡାକଯୋଗେ ଇମେଲ (Aranyaka2023@gmail. com )କିମ୍ବା ବ୍ୟକ୍ତିଗତ ଭାବେ ପଠାଇବାକୁ ସ୍ମରଣିକା କମିଟି ତରଫରୁ ଅନୁରୋଧ କରାଯାଇଛି, ଲେଖା ଗୁଡିକ pagemaker /word file /mobile type ଫର୍ମାଟ ରେ ଉଭୟ ସଫ୍ଟ କପି ଓ କଠିନ ନକଲ ସହ ନିଜର ଏକ ପାସପୋର୍ଟ ଫଟୋ ଓ ମୋବାଇଲ ନମ୍ବର ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି, ଏହି ବୈଠକ ରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, କମିଟି ର ସଦସ୍ୟ ମାନେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ

You might also like