ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଥମରୁ ବାଦ ବିବାଦ ଲାଗି ରହି ଥିବା ବେଳେ ମହୋତ୍ସବ ଜିଲ୍ଲା ବାସୀ ଙ୍କ ଉତ୍କଣ୍ଠା କୁ ପ୍ରଶମିତ କରି ପାରିନାହିଁ । ଗୁରୁବାର ତୃତୀୟ
ସଂନ୍ଧ୍ୟା ବେଶ ଆକର୍ଷୀଣୟ ହୋଇଥିବା ବେଳେ ଅନେକ ଗହଳୀ ଲାଗିରହିଥିଲା । ଆଜିଠାରୁ ମହୋତ୍ସବ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରି ଦିଆଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ମହୋତ୍ସବ ରେ ବ୍ୟବସାୟୀ ମାନେ ବ୍ୟାପକ କ୍ଷତି । ସହିବାର ସମ୍ଭାବନା ରହିଛି । ଜିଲ୍ଲା ମହୋତ୍ସବ ରେ ଷ୍ଟଲ ଗୁଡିକ ଖୋଲା ରହିବ । ସଭାଓସାଂସ୍କୃତି କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଜିଲ୍ଲାପାଳ ୨୬ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରିୟ ଶୋକ ପାଳନ ପାଇଁ ସମସ୍ତ ସରକାରୀ ଷ୍ଟେଜ କାର୍ଯ୍ୟକ୍ରମକୁ ବାତିଲ କରିଥିବା ସୂଚନା ମିଳିଛି ।