ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ଅବ୍ୟବସ୍ଥା ବିଷୟରେ ଆଜି ଅଖିଳ ଭାରତ ଯୁବଛାତ୍ର ସଂସଦ, ନୟାଗଡ଼ର ପ୍ରତିଷ୍ଠାତା….

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ଅବ୍ୟବସ୍ଥା ବିଷୟରେ ଆଜି ଅଖିଳ ଭାରତ ଯୁବଛାତ୍ର ସଂସଦ, ନୟାଗଡ଼ର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ସହ ଏକ ପ୍ରତିନିଧିମଣ୍ଡଳ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ।

୧. ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଥିବା ଏସିଗୁଡିକୁ ଚଂଚକତା କରି ଚୋରି କରାଯାଇଥିଲା। ଏହି ବିଷୟ ଉପରେ ତତ୍କାଳୀନ ସିଡିଏମଓ ରମାକାନ୍ତ ପଣ୍ଡାଙ୍କ ଉତ୍ତର କି ମୁଁ କିଛି କରିପାରିବି ନାହିଁ ବୋଲି କହିବା ତାପରେ ଆମ୍ଭ ସଂଗଠନ ତରଫରୁ ତତ୍କାଳୀନ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ଭେଟି ଆଲୋଚନା କରିବା ପରେ ତରବରିଆ ଭାବେ ଟାଉନ ଥାନାରେ ଏତଲା ଦିଆଯାଇଥିଲା, ଏବେ ଟାଉନ ଥାନା ସେ ଏସିଗୁଡିକ ମଧ୍ୟରୁ କିଛି ଉଦ୍ଧାର କରି ମେଡିକାଲ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ। କିନ୍ତୁ କେତେଗୋଟି ଏସି ଚୋରି ହୋଇଥିଲା ଏବଂ କେତେଗୋଟି କେଉଁଠାରୁ ଏସି ଉଦ୍ଧାର କରାଗଲା ତାହା ବିଷୟରେ ତଥ୍ୟ ପ୍ରଦାନ କରାଗଲା ନାହିଁ।
୨. ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇ ସି ୟୁ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଆସିଥିବା ମେସିନ ଓ ବେଡ଼ ଖତ ଖାଉଛି।
୩. ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବର୍ତ୍ତମାନ ରେଫରାଲ ୟୁନିଟ ଭଳି କାମ କଟୁଅଛି।
୪. ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର କଥା ଛାଡ଼ନ୍ତୁ ଡ୍ରେସିଂ ଅବା ପ୍ଲାଷ୍ଟର ମଧ୍ୟ କରାଯାଉନାହିଁ। ଏ ବିଷୟରେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିରୁତ୍ତର।
୪. ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ଡାକ୍ତର ଅଭାବ ରହିଥିବା ବେଳେ କିଛି ଭଲ ଡାକ୍ତରମାନଙ୍କୁ (ଶିଶୁରୋଗ, ମେଡ଼ିସିନ ଓ ଇ ଏନ ଟି) ବଦଳି କରାଯାଇଅଛି।
୫. ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆ କୋଠାବାଡ଼ି ହୋଇଥିଲେ ହେଁ ରୋଗୀସେବା କ୍ଷେତ୍ରରେ କୌଣସି ଉନ୍ନତି ଦେଖାଯାଉ ନାହିଁ।
୬. ସେହିପରି ଠିକା କର୍ମଚାରୀ ନିଯୁକ୍ତ କରିବାକୁ ଟେଣ୍ଡର ପାଇଥିବା ସଂସ୍ଥା ଠିକ ସମୟରେ କର୍ମଚାରୀମାନଙ୍କୁ ଟଙ୍କା ପୈଠ କରୁନଥିବା ଯୋଗୁଁ କର୍ମଚାରୀମାନଙ୍କ ବାରମ୍ବାର ଧର୍ମଘଟ ହେଉଅଛି।
୭. ମେଡିକାଲ ଚିକିତ୍ସାଧିକାରୀ ଠିକା କର୍ମଚାରୀ ନିଯୁକ୍ତ ସଂସ୍ଥା ସହ ମଧ୍ୟ ଗୁପ୍ତ ଡିଲ କରି ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଟେଣ୍ଡର ଅବଧି ବଢ଼େଇବା ମଧ୍ୟ ଦୁର୍ନୀତିକୁ ସୂଚାଉଛି।
ଏହି ଦାବିଗୁଡିକ ଉପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନୟାଗଡ଼ିଆଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସଙ୍ଗଠନ ତରଫରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ଏହି ପ୍ରତିନିଧିମଣ୍ଡଳରେ ପୂର୍ଣ୍ଣଚନ୍ଦ୍ର ସାହୁ, ସଞ୍ଜୟ ଘଡେଇ, ଅନିଲ ଦଳେଇ, କିରଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

You might also like