ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ହେଲେ ଦୁର୍ୟୋଧନ

ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ହେଲେ ଦୁର୍ୟୋଧନ ବେହେରା, ସେ ବର୍ତ୍ତମାନ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ଅଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି, ନୟାଗଡ଼ ପୂର୍ବତନ ଜିଲ୍ଲା ଯୁବ ବିଜେଡି ସଭାପତି ରମେଶ କୁମାର ସାହୁ ଅକାଳ ବିୟୋଗ ପରେ ଏହି ପଦବୀ ଟି ଖାଲି ପଡିଥିଲା,

ଏହି ଅବସରରେ ଦୁର୍ଯ୍ୟାଧନ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବ୍ୟମୋକେଶ ରାୟ, ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ,ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି,ଆଗାମୀ ଦିନ ରେ ବିଜୁ ଯୁବ ଜନତା ଦଳ କିପରି ଶକ୍ତିଶାଳୀ ହେବ ସେଥି ପ୍ରତି କାର୍ଯ୍ୟ କରିବା ପାଇଁ ଶ୍ରୀ ଦୁର୍ଯ୍ୟୋଧନ ପ୍ରକାଶ କରିଛନ୍ତି,ଏଥି ସହିତ ଦଳ ର ଜଣେ ଶୃଙ୍ଖଳିତ କର୍ମୀ ଭାବେ ଜିଲ୍ଲା ରେ ଯୁବକ ମାନଙ୍କ ପାଇଁ ଦଳ କାର୍ଯ୍ୟ କରିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି

You might also like