ନୟାଗଡ଼ ଜିଲ୍ଲା ରେ 144ଧାରା ଜାରୀ କଲେ ଜିଲ୍ଲାପାଳ
ନୟାଗଡ଼ ଜିଲ୍ଲା ର 4ଗୋଟି ନିର୍ବାଚନ ମଣ୍ଡଳୀ ରେ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ଶେଷ ହୋଇଛି,ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଭୋଟ ଗଣତି ଆରମ୍ଭ ହେବ, ସକାଳ 7ଟା ସମୟ ରେ ଭୋଟ ଗଣତି ରେ ସାମିଲ ହୋଇଥିବା କର୍ମଚାରୀମାନେ ପହଂଚିବେ, ସକାଳ 8ଟା ରୁ ଗଣତି ଆରମ୍ବ ହେବ, ଭୋଟ ଗଣତି କୁ ଶାନ୍ତିଶୃଙ୍ଖଳା ର ସହିତ ପରିଚାଳନା କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି, ଭୋଟ ଗଣତି ଦିନ ଯେପରି କୌଣସି ଅପ୍ରୀତ କର ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିପ୍ରତି ନଜର ରଖି ନୟାଗଡ଼ ଜିଲାପାଳ ସ୍ୱଧାଦେବ ସିଂ, ଜିଲ୍ଲା ରେ 144ଧାରା ଜା ରିକରିଛନ୍ତି,
ଆସନ୍ତା 4ତାରିଖ ସକାଳ 6ଘଟିକା ଠାରୁ, 5ତାରିଖ ସକାଳ6ଘଟିକା ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲା ରେ 144ଧାରା ଜାରୀ କରାଯାଇଛି,ଏହିସମୟ ମଧ୍ୟରେ କୌଣସି ସ୍ଥାନ ରେ 5ରୁ ଅଧିକ ବ୍ୟକ୍ତି ରୁଣ୍ଡ ହୋଇପାରିବେନାହିଁ, ନୟାଗଡ଼ରେ ସ୍ୱୟଂଶାସିତ ମହାବିଦ୍ୟାଳୟ 200ମିଟର ମଧ୍ୟ ରେ କୌଣସି ଯାନ ବାହାନ,ଆଜି ରଖି ପାରିଲେନି ବୋଲି ରୁଣ୍ଡ ହୋଇଥାନୃତ୍ୟ, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ହେଇଥିବ ବେଳେ, ଏଥି ସହିତ ଜିଲ୍ଲା ର କୌଣସି ସ୍ଥାନ ରେ ସଭାସମିତି କରିପାରିବେ ନାହିଁ, କୌଣସିପ୍ରକାର ରେ ଲାଉଡ଼ ସ୍ପିକର ବ୍ୟବହାର କରି ପାରିବେ ନାହିଁ, ଏହି ନିୟମ କୁ ଯେଉଁ ବ୍ୟକ୍ତି ମାନେ ଖିଲାପ କରିବେ ଆଇପିସି ଧାରା 188ରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ,