ନୟାଗଡ଼ ଜିଲ୍ଲା ଶାଖା ଓୟୁଜେ ସଙ୍ଗଠନର ସାଙ୍ଗଠନିକ ବୈଠକ

ନୟାଗଡ଼ ଜିଲ୍ଲାସ୍ଥିତ ଜଳ ସେଚନ ବିଭାଗ ଡାକ ବଙ୍ଗଳା ପରିସର ମଧ୍ୟରେ ଓୟୁଜେ ନୟାଗଡ଼ ଜିଲ୍ଲା ଶାଖା ସଙ୍ଗଠନ ତରଫରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ତଥା ରାଜ୍ୟ ଓୟୁଜେ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଆଚାର୍ଯ୍ୟ ବିଶ୍ୱରଞ୍ଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ବିଭିନ୍ନ ସମସ୍ୟା ତଥା ଆଗାମୀ ନିର୍ବାଚନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୁଖ୍ୟ ଉପଦେଷ୍ଟା ସଞ୍ଜୟ କୁମାର ସ୍ୱାଇଁ ଆଗାମୀ ଦିନରେ ଜିଲ୍ଲା ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ । ଆସନ୍ତା ନଭେମ୍ବର ମାସରେ ଜିଲ୍ଲା ସ୍ତରୀୟ ବୈଠକ ହେବା ପାଇଁ ନିଷ୍ପତି ନିଆଗଲା । ସ୍ୱାଭିମାନର ସହ ଓୟୁଜେ ସଦାସର୍ବଦା କାର୍ଯ୍ୟ କରି ଆସୁଛି । ଅନେକ ଲୋକ ଏହି ସଙ୍ଗଠନରେ ଯୋଗ ଦେଇ ପରବର୍ତି ଅବସ୍ଥାରେ ନିଜ ସ୍ୱାର୍ଥ ପାଇଁ ଅନ୍ୟ ସଙ୍ଗଠନକୁ ଯାଉଛନ୍ତି । ସେଥିରେ ଓୟୁଜେ ର କୌଣସି କ୍ଷତି ହୋଇ ନାହିଁ । ସାରା ରାଜ୍ୟରେ ଏବେ ଓୟୁଜେ ଏକ ଅଗ୍ରଣୀ ତଥା ପ୍ରମୁଖ ସଙ୍ଗଠନ ଭାବେ ଭୁମିକା ନିର୍ବାହ କରି ଆସୁଥିବା ବେଳେ ନୟାଗଡ଼ ଜିଲ୍ଲା ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ ଏହି ସମ୍ପର୍କରେ ସାମ୍ୟକ ବିବରଣୀ ପ୍ରଦାନ କରିଥିଲେ । ଆଗାମୀ ଜିଲ୍ଲା ସ୍ତରୀୟ ବୈଠକ ପାଇଁ ସଞ୍ଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ସଂଯୋଜନା କମିଟି ଗଠନ କରାଗଲା । ଆଜିର ଏହି ବୈଠକରେ ସମ୍ପାଦକ ଗୋପାଳ ବିଶ୍ୱାଳ, ଉପ ସଭାପତି ପ୍ରଶାନ୍ତ କୁମାର ଜେନା, ଉପ ସଭାପତି ସୁକାନ୍ତ ପଟ୍ଟନାୟକ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିରଞ୍ଚି କୁମାର ନାୟକ, କୋଷାଧ୍ୟକ୍ଷ ଦୀନମଣି ମହାନ୍ତି, ସଙ୍ଗଠନ ସମ୍ପାଦକ ଉମେଶ ରଞ୍ଜନ ସାହୁ, ସଭ୍ୟ ଆଲୋକ ମହାରଣା, ଚିତରଞ୍ଜନ ମିଶ୍ର, ଶିବାନନ୍ଦ ଘଡେଇ ପ୍ରମୁଖ ଯୋଗ ଦେଇଥିଲେ ।

You might also like