ନୟାଗଡ଼,୨୬।୧:ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ନୟାଗଡ଼ ପୁରୁଣା ସହର ଜଗନ୍ନାଥ ମନ୍ଦିର ଯଦୁ ମଣି ମଣ୍ଡପ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି।ଏହି ଅବସର ରେ ସଙ୍ଘ ର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ସମସ୍ତ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପତାକା ଉତୋଳନ କରି ସ୍ୱାଧୀନତା, ସମାନତା, ଓ ସମୃଦ୍ଧି ର ସହ ଦେଶକୁ ବିଶ୍ୱର ସର୍ବୋତମ ଦେଶ କରି ଗଢିତୋଳିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇ ଥିଲେ।

ଜିଲ୍ଲା ସାମ୍ବାଦିକ ସଙ୍ଘର ଶୁଭେଛୁ ଙ୍କ ସମେତ ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ, ନିଶିକାନ୍ତ ରଥ, ଲୋକନାଥ ମିଶ୍ର ପୁରୁଷୋତମ ମହାପାତ୍ର, ଜୟନ୍ଦ୍ର କୁମାର ବେହେରା, ଚିତ୍ତରଞ୍ଜନ ପାଶା, ଗୋକୁଳ କୁମାର ଷଡ଼ଙ୍ଗୀ, ପ୍ରମୋଦ କୁମାର ନନ୍ଦ, ଜିତୁନ କୁମାର ମହାପାତ୍ର, ବିକ୍ରମ କୁମାର ସ୍ୱାଇଁ, ରଞ୍ଜନ ବେହେରା, ବିଭୁତି ଭୁଷଣ ପଟ୍ଟନାୟକ, ପ୍ରମୁଖ ଉତ୍ସବ ରେ ଯୋଗ ଦେଇ ଥିଲେ।