ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ
ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମା’ ଉମାଦେବୀ ପୀଠରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଇଂରାଜୀ ନବବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ସାମ୍ବାଦିକ ସାମିଲ ହୋଇଥିଲେ। ଏ ଅବସରରେ ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ ଆଦି ଉପରେ ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ବିଭିନ୍ନ ବ୍ଲକରୁ ଆସିଥିବା ସଂଘର ସଦସ୍ୟ ମାନେ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସେହିପରି ଆଗାମୀ ଦିନରେ ସଂଘକୁ ମଜବୁତ କରିବା ନିମନ୍ତେ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ଓ ସଂଗଠନ ବୈଠକ ମାନ ଅନୁଷ୍ଠିତ ହେବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ବିନାୟକ ମିଶ୍ର, ରାମେଶ୍ଵର ଶତପଥୀ, ପ୍ରଭାକର ଶିରୋମଣି, ଲୋକନାଥ ମିଶ୍ର, ସୁବାସ ମହାପାତ୍ର, ପୁରୁଷୋତ୍ତମ ମହାପାତ୍ର, ଭବାନୀ ସିଂ ସାମନ୍ତ,, ସୁନୀଲ କୁମାର ସାହୁ, ଆଦର୍ଶ ପଟ୍ଟନାୟକ,ଦୀପକ କର, ସୁନୀଲ ପଟ୍ଟନାୟକ, ସୁକାନ୍ତ ପଟ୍ଟନାୟକ, ଦିଲୀପ ନନ୍ଦ,ପ୍ରମୁଖ ସଦସ୍ୟଙ୍କ ସମେତ ନୟାଗଡ, ଓଡଗାଁ, ରଣପୁର, ଦଶପଲ୍ଲା, ନୂଆଗାଁ, ଗଣିଆ, ଭାପୁର, କଣ୍ଟିଲୋ ଏବଂ ଖଣ୍ଡପଡାର ଦେଢ ଶହରୁ ଊର୍ଦ୍ଧ୍ଵ ସାମ୍ବାଦିକ ସାମିଲ ହୋଇଥିଲେ।ଆଗାମୀ ଏପ୍ରିଲ ମାସ ଦ୍ୱିତୀୟ ସପ୍ତାହରେ ଦୀର୍ଘ ଦୁଇ ଦିନ ଧରି ରୌପ୍ୟ ଜୟନ୍ତୀ ପାଳନ ନିମନ୍ତେ ସଙ୍ଘ ପକ୍ଷରୁ ନିଷ୍ପତି କରାଯାଇଥିଲା