ବଲାଙ୍ଗିପାର୍କ ପରିଦର୍ଶନ ସହ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ସସୀକ୍ଷା
ଆଜି ଦିନିକିଆ ଗସ୍ତରେ ଆସିଛନ୍ତି ଆରଡିସି ରଞ୍ଜନ କୁମାର ଦାସ । ମଧ୍ୟାହ୍ନରେ ନୟାଗଡ଼ରେ ପହଞ୍ଚି ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଜିଲ୍ଲାପାଳଙ୍କ ସମିଳିନୀକକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ।୫-ଟି ଅଧିନରେ ଆସୁଥିବା ସମସ୍ତ କାର୍ଯ୍ୟକୁ ସଠିକ ସମୟରେ ତଦାରଖ ସହ ସମାପ୍ତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏଥି ସହିତ ବିଭିନ୍ନ ବ୍ଲକରେ ୫-ଟି ଅଧିନରେ କାର୍ଯ୍ୟ ଚାଲୁଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟକୁ ଖୁବ୍ ଶ୍ରୀଘ୍ର ସମାପ୍ତ କରିବା ପାଇଁ ପରାମର୍ଶ ଦେବା ସହ ସମସ୍ତ କାର୍ଯ୍ୟ କିପରି ସୂଚ୍ଚତାର ସହ ହେବ ସେଥି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ରାଜସ୍ଵ ବିଭାଗ କିପରି ଲୋକ ମାନଙ୍କ ପାଖରେ ଅତି ନିକଟତର ହୋଇପାରିବ ସେଥି ନିମନ୍ତେ ଧ୍ୟାନ ଆକର୍ଷଣ କରିଥିଲେ ।ରାଜସ୍ବ ବିଭାଗକୁ ସ୍ଵତନ୍ତ୍ର ଭାବେ ପରିଚାଳିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର କାର୍ଯ୍ୟର ସମୀକ୍ଷା କରିଥିଲେ । ଲାଇନ ଡିପାର୍ଟମେଣ୍ଟ ଗୁଡିକ ଅଧିକ କ୍ରିୟାଶୀଳ ହେବାପାଇଁ ଗୁରୁତ୍ଵ ଦେଇଥିଲେ ।

ସମର୍ପଣ ବୃଦ୍ଧାଶ୍ରମ, ଜିଲ୍ଲା ପାଠାଗାର ର ବିଭିନ୍ନ ବିକାଶ ମୁଳକ କାର୍ଯ୍ୟର ତଦାରଖ କରିଥିଲେ । ଏହାପରେ ନୟାଗଡ଼ ବଲାଙ୍ଗି ପାର୍କ ପରିଦର୍ଶନ କରିଥିଲେ । ବଲାଙ୍ଗି ପାର୍କର କାର୍ଯ୍ୟ ଦେଖି ଆରଡିସି ବିମୋହିତ ହୋଇଥିଲା । ସିଜିନାଲ ଗାର୍ଡ଼େନକୁ ଦେଖି ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ । ଏଥି ସହିତ ବିଭିନ୍ନ ପଥର ମୁର୍ତିର କାରୁକାର୍ଯ୍ୟ ଦେଖିଥିଲେ । କିଛି ନଥିବା ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବାରୁ ଶ୍ରୀ ଦାସ ଖୁସି ବ୍ଯକ୍ତ କରିଥିଲେ । ଏହା ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଏହାର ସମୀକ୍ଷା କରିଥିଲେ। ୧୦୦ ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାକୁ ଦେଖି ଖୁସି ବ୍ୟକ୍ତ କରିଥିଲେ ।

ରୋଗୀମାନେ କିପରି ସଠିକ ଭାବରେ ସେବା ପାଇବେ ଏଥି ନିମନ୍ତେ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।ଏହା ପରେ ବିରୁଡ଼ା ଗ୍ରାମ ପଞ୍ଚାୟତ ଗସ୍ତ କରି ବିଭିନ୍ନ ବିକାଶ ମୁଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ତହସିଲଦାର ରାଜେଶ କେଶରୀ ସ୍ଵାଇଁ, ନୟାଗଡ଼ ବିଡ଼ିଓ ପଦ୍ମ ଚରଣ ସାହୁ ଓ ଜିଲ୍ଲା ର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।