ଆଜି ନୟାଗଡ଼ ପଞ୍ଚାୟତ ସମିତି ପକ୍ଷରୁ ସପ୍ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଉପସ୍ଥିତ ରହି ଥିଲେ ।ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ଡ.ସାହୁ ପଞ୍ଚମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ନୟାଗଡ଼ ବ୍ଲକ ଉପା ଉପାଧ୍ଯକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲାପରିଷଦ ସଭ୍ୟସୁବାଷ କହଁର, ସରୋଜ କୁମାର ରଣସିଂ, ଖିରୋଦ ମହାପାତ୍ର, ନୟାଗଡ଼ ବିଡ଼ିଓ ପଦ୍ମ ଚରଣ ସାହୁ, ଜିପିଇଓ ତୁଷାର କାନ୍ତ ରାଉତ, ଏପିଓ ମିଟନମହାପାତ୍ର, ସହକାରୀ ଯନ୍ତ୍ରୀ ଚନ୍ଦ୍ରଶେଖର ସାମନ୍ତ ରାୟ, ସନ୍ତୋଷ କୁମାର ମଲ୍ଲିକ, ଓ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ, ଶିକ୍ଷା, ସ୍ୱାସ୍ଥ୍ୟ, ଉଦ୍ୟାନ, କୃଷି ପ୍ରାଣୀ ସମ୍ପଦ, ମୂର୍ତ୍ତିକା ସଂରକ୍ଷଣ, ଜଳ ସମ୍ପଦ, ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ ଥିଲେ, ଆଗାମୀ ଦିନ ପାଇଁ ପ୍ରତ୍ୟକ ବିଭାଗ କଣ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି ବ୍ଳକ ଅଧକ୍ଷ ଆଲୋଚନା କରିଥିଲେ,
ପ୍ରତ୍ୟକ ବିଭାଗ ର ଅଧିକାରୀ ମାନେ ସକ୍ରିୟ ଭାବେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇ ଥିଲେ, ସମସ୍ତ ଯୋଜନା କିପରି ସୁଫଳ ରୂପାୟନ ହେବ ସେଥିପାଇଁ ଆଲୋଚନା କରା ଯାଇଥିଲା, ଏହି ବୈଠକ ରେ ସମସ୍ତ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ, ଓ ସଭ୍ୟା ପିଇଓ, ଜିଆରଏସ, ଓ ସମସ୍ତ ବିଭାଗ ର ଅଧିକାରୀ ମାନେ ସାମିଲ ହୋଇଥିଲେ,