ନୟାଗଡ଼ ପଞ୍ଚାୟତ ସମିତି ସମିଳନୀ କକ୍ଷରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମ୍ପର୍କିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।

ନୟାଗଡ଼ ପଞ୍ଚାୟତ ସମିତି ସମିଳନୀ କକ୍ଷରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମ୍ପର୍କିତ ଜନ ଶୁଣାଣି ଶିବିରସକାଳ 10ଘଟିକା ସମୟ ରେ ଅନୁଷ୍ଠିତ ହୋଇଯାଇଛି । ମନରେଗା ଜନଶୁଣାଣି ଶିବିରର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥ୍‌ ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ବିଡିଓ ପଦ୍ମ ଚରଣ ସାହୁ, ଜିଲ୍ଲା ପରିଷଦ ସୁବାଷ କଅଁର, ସରୋଜ ରଣସିଂ, ଓମ୍ବଡସମ୍ୟାନ ଗିରିଶ ଚନ୍ଦ୍ର ଦାସ, ଏପିଓ ମିଟନ ମହାପାତ୍ର, ସହକାରୀ ଯନ୍ତ୍ରୀ ଚନ୍ଦ୍ର ଶେଖର ସାମନୁରାୟ, ସନ୍ତୋଷ କୁମାର ମଲ୍ଲିକ ଓ ନୟାଗଡ଼ ବ୍ଲକ ସାମାଜିକ ସମୀକ୍ଷକ ପ୍ରକାଶ ଚନ୍ଦ୍ର ବଳିଆର ସିଂ ପ୍ର ପ୍ରମୁଖ ଯେ ଯୋଗ ଦେଇଥିଲେ ।ପ୍ରଥମରୁ ପୂର୍ବ ବୈଠକର ନିଷ୍ପତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ନୟାଗଡ଼ ପଞ୍ଚାୟତ ସମିତିରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବର୍ତମାନ ସୁଦ୍ଧା ୨୨୪୬୧ ଗୋଟି ପରିବାର ଓ ୩୯୮୭୦ ବ୍ୟକ୍ତି ଜବ କାର୍ଡ ପାଇଛନ୍ତି । ସେଥ୍ ମଧ୍ୟରୁ ଅନୁସୁଚିତ ଜାତି ୨୮୪୩, ଅନୁସୁଚିତ ଜନଜାତି ୩୪୪ ଏବଂ ଅନ୍ୟାନ୍ୟ ଶ୍ରେଣୀର ୪୦୬୧୮ ପରିବାର ଅଛନ୍ତି । ୨୦୨୪-୨୫ ଆର୍ଥୀକ ବର୍ଷରେ ୪୩୮୦୫ ଗୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଏହି ଆର୍ଥୀକ ବର୍ଷରେ ଏଯାବତ ମୋଟ ୧୧ ଗୋଟି ପରିବାର ୧୦୦ ଦିନର କାର୍ଯ୍ୟ କରିଛନ୍ତି ।୨୦୨୪-୨୫ ଆର୍ଥିକ ବର୍ଷରେ ଅଣ କୁଶଳୀ ଶ୍ରମିକ ବାବଦରେ ୧୦୭.୪୨ ଲକ୍ଷ କୁଶଳୀ ଓ ଅର୍ଥକୁଶଳୀ ଖର୍ଚ୍ଚ ବାବଦକୁ ୩୭୯.୦୮ ଲକ୍ଷ ପ୍ରଶାସନିକ ଖର୍ଚ୍ଚ ବାବଦକୁ ୧୭.୭୮ ଲକ୍ଷ ଏହି ପରି ଭାବରେ ମୋଟ ୫୦୪.୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଅଛି ।

ଏହି ଯୋଜନାରେ ବିଭିନ୍ନ ପଞ୍ଚାୟତ ବ୍ଲକ ବିଭିନ୍ନ ବିଭାଗ ମାଧ୍ୟମରେ ମୋଟ ଅଦ୍ୟାବଦି ୧୦୩୫୯ ଗୋଟି ଅନୁମୋଦିତ ପ୍ରକଳ୍ପ ମଧ୍ୟରୁ ୯୩୯୩ ଗୋଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହୋଇଥିଲା । ବିଭିନ୍ନ ପ୍ରକାରର ଆର୍ଥିକ ଅନିୟମିତତା ୧୫ ଗୋଟି ମାମଲା ରହିଥ‌ିବା ବେଳେ ୭୪ ଗୋଟି ନିୟମାବଳୀ ଉଲ୍ଲଙ୍ଘନ ରହିଛି ।୨୦୨୩ ମସିହା ଅକ୍ଟୋବର ମାସରୁ ୨୦୨୪ ମସିହା ମାର୍ଚ୍ଚ ପର୍ଯ୍ୟନ୍ତ ୧୬୦୭୨୬ ଟଙ୍କା ଦଣ୍ଡ ପ୍ରଦାନ କରାଯାଇଥିବା ବେଳେ ସେଥ୍ ମଧ୍ୟରୁ ୧୪୨୫୬୩ ଟଙ୍କା ସଂଗ୍ରହ କରାଯାଇଛି । ୧୮୧୬୩ ଟଙ୍କା ସାତ ଦିନ ମଧ୍ୟରେ ଆଦାୟ କରିବା ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ଯେଉଁ ମାନେ ଏଥିରେ ଖିଲାପି କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାମାଜିକ ସମୀକ୍ଷା ଗ୍ରାମ ସଭାରେ ଆଲୋଚନା ହୋଇଥିବା ନିଷ୍ପତିକୁ ଗୁରୁତ୍ବ ଦେବା ପାଇଁ ନିଷ୍ପତି ହୋଇଛି । ଏହି ଅବସରରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟରେ ଯାହା ସବୁ କାମ ହେଉଛି ସମସ୍ତ କାର୍ଯ୍ୟ ବିଡିଓଙ୍କୁ ଜଣେଇବା ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତିର ସରପଞ୍ଚ ସମିତି ସଭ୍ୟ, ସମସ୍ତ ଯନ୍ତ୍ରୀ, ସମସ୍ତ ପିଇଓ, ସମସ୍ତ ଏଡିଇଓ ଓ ଜିଆରଏସ ମାନେ ସାମିଲ ହୋଇଥିଲେ । ଏଥ୍ ସହିତ ମନରେଗାରେ କାର୍ଯ୍ୟ କରୁଥିବା ହିତାଧୂକାରୀ ମାନେ ସାମିଲ ହୋଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

You might also like