ଓଡିଶା ସରକାରଙ୍କ ମହିଳା ଓ ଶିଶୁଵିକାଶ ବିଭାଗ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ କିଶୋର -କିଶୋରୀ ସମାବେଶ ତା 27-28 ଫେବୃଆରୀ 2025 ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ମହାସମାରୋହରେ ପାଳିତ ହୋଇଛି | ଇତ୍ୟବସରରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ପ୍ରତିଯୋଗୀ ଭାଗ ନେଇଥିଲେ | ନୟାଗଡ଼ ଜିଲ୍ଲାରୁ ପ୍ରତିନିଧିତ୍ୱ କରିଥିଲେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଛାତ୍ରୀ ବିଦ୍ୟାବିଜିତା ମହାନ୍ତି | ଜିଲ୍ଲା ସ୍ତରୀୟ ଚୟନ ପ୍ରକ୍ରିୟା ଲାଗି ସହଯୋଗ କରିଥିଲେ ନୟାଗଡ଼ ବ୍ଲକର ସମନ୍ୱିତ ମହିଳା ଓ ଶିଶୁବିଭାଗ ଅଧିକାରିଣୀ | ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିତର୍କର ବିଷୟ ଥିଲା “ନାରୀ ଓ ପୁରୁଷ ଙ୍କ ସହାଭାଗିତାରେ ସୁସ୍ଥ ସମାଜ ଗଠନ ସମ୍ଭବ କି? ” ବିଦ୍ୟାବିଜିତା ଏହାର ସପକ୍ଷରେ ନିଜର ମତାମତ ଉପସ୍ଥାପନା କରିଥିଲେ |ସମଗ୍ର ଓଡିଶାରୁ ତଥା ପ୍ରତ୍ୟେକ ଜିଲ୍ଲା ରୁ ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲାପାଇଁ ଗୌରବ ଅର୍ଜନ କଲେ |

ଉକ୍ତ ସଭାରେ ମାନ୍ୟବର ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଓ ମାନ୍ୟବର ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ସୁରଜ ସୂର୍ଯ୍ୟବଂଶୀ ଓ ଅନ୍ୟାନ୍ୟ ବିଶିଷ୍ଠ ଅତିଥି, ବିଭାଗୀୟ ଅଧିକାରୀ ଙ୍କ ଠାରୁ ବିଦ୍ୟାବିଜିତା ଆର୍ଥିକ ପୁରସ୍କାର ସାଙ୍ଗକୁ ପ୍ରଣାମପତ୍ର ଗ୍ରହଣ କରିଥିଲେ | ଉକ୍ତ ସଫଳତା ପାଇବାପରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ମହଳରୁ ବିଦ୍ୟାବିଜିତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି |