ନୟାଗଡ଼ ପୌର ପରିଷଦ ବୈଠକ ଆଜି ଅଧ୍ୟକ୍ଷା ନିରୂପମା ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ,ଉପାଧକ୍ଷ ଗୁରୁପ୍ରସାଦ ଜେନାଙ୍କ ସମେତ ସମସ୍ତ କାଉନସିଲର ବୈଠକରେ ଉପସ୍ଥିତ ରହିଥିଲେ । ପୌର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ଦ୍ଵାରା ଆଗତ ବଜେଟକୁ ପୌର ପରିଷଦ ବୈଠକରେ ପାରିତ କରାଯାଇଥିଲା ।
ବିକାଶ ମୂଳକ ତଥା ଉନ୍ନୟନ କାର୍ଯ୍ୟ ଗୁଡିକ ଶୀଘ୍ର ଶେଷ କରିବାକୁ ଆଲୋଚନା ହୋଇ ଥିଲା । ଗ୍ରୀଷ୍ମଋତୁ ଆସୁଥିବାରୁ ପାନୀୟ ଜଳ ଅସୁବିଧା ଦୂର କରିବା ପାଇଁ ଦୁଇଟି ପାଣି ଟ୍ୟାଙ୍କର କିଣିବା ଉପରେ ଆଲୋଚନା ହେବା ସହ ପ୍ରସ୍ତାବ ଗୃହିତ ହୋଇଥିଲା । ସହରବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ ଉପରେ ଗୁରୁତ୍ଵ ଦିଆଯାଇଥିଲା ।ଆମ ପୋଖରୀ ଯୋଜନାରେ ଅନୁମୋଦିତ ପୋଖରୀ ପୁନଃରୁଦ୍ଧା କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବାକୁ କୁହାଯାଇଥିଲା ଏହି ବୈଠକରେ ସମସ୍ତ ପୌର କର୍ମଚାରୀ ଉପସ୍ଥିତ ରହିଥିଲେ । ନୟାଗଡ଼ ରୁ ଜିତୁ ନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।