ନୟାଗଡ଼ ବନ୍ଦ ଡାକରା ନେଇ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର ସ୍ୱୟଂଶାସିତ ଫକିରମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆସନ୍ତାକାଲି ରାଜ୍ୟ ସଭାପତି ଭକ୍ତଚରଣ ଦାସଙ୍କ ପରାମର୍ଶକ୍ରମେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ବନ୍ଦ ଡାକରା ନିମନ୍ତେ କଂଗ୍ରେସ ପକ୍ଷରୁ ଅପରାହ୍ନ 3ଘଟିକା ସମୟ ରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଂଯୋଜକତଥା ସଭାପତି ସତ୍ୟ ବ୍ରତ ନାୟକ,, କମଳ ଚରଣ ସାହୁ, ନୟାଗଡ଼ ବିଧାୟକ ପ୍ରାଥୀ ରଣ ଜିତ ଦାସ ଦଶପଲ୍ଲା ବିଧାୟକ ପ୍ରାଥୀ ନକୁଳ ନାୟକ, ରଣପୁର ବିଧାୟକ ପ୍ରାଥୀ ବିଭୁ ପ୍ରସାଦ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ହୁସେନ ଖାଁ ସିପିଆଇଏମ ନେତା ବିଶ୍ଵନାଥ ମହାପାତ୍ର, ସିପିଆଇ ନେତା ଅମୀୟ ପଟ୍ଟନାୟକ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର,, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ କଂଗ୍ରେସ ନେତା ଓ ନେତ୍ରୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶକରିବା ସହିତକଂଗ୍ରେସ ପକ୍ଷରୁ ବିଜେପି ର ସ୍ପଷ୍ଟ ହତ୍ୟାର ଷଡ଼ ଯନ୍ତ୍ର କୁହା ଯାଇଥିବା ବେଳେ ଏହାର ପ୍ରତିବାଦରେ ଗୁରୁବାର ନୟାଗଡ଼ ବନ୍ଦ ଡାକରା ଦିଆଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ,ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ

You might also like