ନୟାଗଡ ବାଲୁଗାଁ ପାଣି ପୋଇଲା ଠାରେ ଅବସ୍ଥିତ ନୟାଗଡ଼ କଳାପରିଷଦ ଓ ମଦରଆବାସିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ପ୍ରତିଷ୍ଠାତା ପ୍ରଭାସିନୀ ନନ୍ଦ ଙ୍କ ତତ୍ୱାବଧାନ ରେନୟାଗଡ଼ କଳା ପରିଷଦ ଓ ମଦର ଆବାସିକ ବିଦ୍ୟାଳୟ ର20ତମ ପ୍ରତିଷ୍ଠା ଦିବସ ସମାରୋହ ଅପରାହ୍ନ, 3ଘଟିକା ସମୟ ରେ ଅନୁଷ୍ଠିତ ହୋଇଛି, ଏହି ଅବସର ରେ କୃଷି ବିଜ୍ଞାନ କେନ୍ଦ୍ର ରମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଡ଼ ଅନିଲ କୁମାର ସ୍ୱାଇଁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ପ୍ରତିଷ୍ଠା ଦିବସ ସମାରୋହ କୁ ଉଦଘାଟନ କରିଥିଲେ,ଶିକ୍ଷା, ସଂସ୍କାର,କୁ ନେଇ ବିଦ୍ୟାଳୟଏକମଣିଷ ତିଆରି କାରଖାନା ବୋଲି ବକ୍ତବ୍ୟ ରେ କହିଥିଲେ, ଛାତ୍ର ଜୀବନ ର ଲକ୍ଷ୍ୟ ବିଦ୍ୟାଳୟ ରୁ ଆରମ୍ଭ ହୁଏ ବୋଲି କହିଥିବା ବେଳେ ଅବସର ପ୍ରାପ୍ତ ମନୋବିଜ୍ଞାନ ପ୍ରଧ୍ୟାପକ ଡ଼ ପ୍ରତାପ କୁମାର ରଥ ଆଇନ ଓ ସମ୍ବିଧାନ କୁ ନେଇ ବକ୍ତବ୍ୟ ମାଧ୍ୟମ ରେ ଆଲୋକ ପାତ କରିଥିବା ବେଳେସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ଅଧକ୍ଷକ୍ରାନ୍ତି ରଞ୍ଜନ ସାହୁ, ବିଦ୍ୟାଳୟ ର ସଭାପତି କେଶବ ଦଳବେହେରା ଛାତ୍ର ଙ୍କ ଉଜ୍ବଳ କାମନା କରି ନିଜର ସୁବକ୍ତବ୍ୟ ପ୍ରଦାନ କରିଥିଲେ ବିଦ୍ୟାଳୟ ର ପ୍ରତିଷ୍ଠାତାତଥା ସମ୍ପାଦିକା ସୁଶ୍ରୀ ପ୍ରଭାସିନୀ ନନ୍ଦ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଗଣ ମାଧ୍ୟମ ଲିଭ ଲାଇଭ ଓଡ଼ିଆ ପରିବାର ର ନୟାଗଡ଼ ଜିଲ୍ଲା ପ୍ରତିନିଧି ଜିତୁନ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ, ବିଦ୍ୟାଳୟ ତରଫରୁ ଏହି ପ୍ରତିଷ୍ଠା ଦିବସ ଅବସର ରେ ବିଦ୍ୟାଳୟ କୁ ମନ୍ଦିର ଭାବେ ଗଢି ତୋଳିଥିବା ବଦାନ୍ୟ ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ପ୍ରତିଷ୍ଠାତା ସୁଶ୍ରୀ ପ୍ରଭାସିନି ନନ୍ଦ ଙ୍କ ଜନ୍ମ ଦିବସ ହୋଇଥିବାରୁ ଅତିଥି ଙ୍କ ଗହଣ ରେ କେକ କଟାଯାଇ ଏହି ପ୍ରତିଷ୍ଠା ଦିବସ କୁ ପାଳନ କରା ଯାଇଥିଲା,ପ୍ରତିଷ୍ଠା ଦିବସଉପ ଲକ୍ଷେବିଭିର୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବକ୍ତବ୍ୟ ରଖିବା ସହିତ ଧନ୍ୟ ବାଦ ଅର୍ପଣ କରିଥିଲେ, ପରିଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା