ନୟାଗଡ଼ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ

ଉତ୍କଳୀୟ ପରମ୍ପରା ତଥା ଐତିହାସିକ ବୋଇତ ବନ୍ଦାଣ ପ୍ରଥା ର ସ୍ମୁତି ଉଦେଶ୍ୟ ରେ ନୟାଗଡ଼ ପୁରୁଣା ସହର ର ମା ଦକ୍ଷିଣ କାଳି ଙ୍କ ଯାତ୍ରା ପଡିଆ ରେ ଆନୁଷ୍ଠାନିକ ଭାବେ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ ହୋଇଛି, ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ଥିଲେ, ସଂମ୍ମାନିତ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ, ନୟାଗଡ଼ ପୌରଧକ୍ଷା ନିରୁପମା ଖଟେଇ, ବୋଇତ ବନ୍ଦାଣ କମିଟି ର ସଭାପତି କିସାନ ଦାସ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଓ ରଜତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ,

ମୁଖ୍ୟ ଅତିଥି ଡ଼ ସାହୁ ତାଙ୍କ ଅଭିଭାଷଣ ରେ ଯେଉଁଠି ଶାନ୍ତି ସେଠି ପ୍ରଗତି ତ୍ୱରାନ୍ୱିତ ହୋଇଛି ବୋଲି କହିଥିବା ବେଳେ ଅତିରିକ୍ତ ଜିଲାପାଳ କଳା ସାହିତ୍ୟ ସଂସ୍କୃତି ର ମାଟି ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ବହୁ ଆଡ଼ମ୍ବର ରେ ଏହା କରାଯାଉଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ରଣପୁର ବିଧାୟକ 2004ମସିହା ରୁ ଆରମ୍ଭ ହୋଇଥିବା ବୋଇତ ବନ୍ଦାଣ ଗୋଟିଏ ଦିନ ରୁ ଆରମ୍ଭ ହୋଇ 5ଦିନ ପାଳନ କରାଯିବ ଏକ ଗର୍ବ ଓ ଗୌରବ ବୋଲି ସୂଚନା ଦେଇ ଥିଲେ, ଏହି ଅବସର ରେ ଅନୁଷ୍ଠାନ ସଭାପତି କିସାନ ଦାସ ନୟାଗଡ଼ବାସୀଙ୍କ ର ସମସ୍ତ ସହଯୋଗ ଲାଗି ଏପରି ପଦକ୍ଷେପ ନିଆ ଯାଉଛି ବୋଲି ପ୍ରକାଶ କରିଥିଲେ,

ପୁରୀ ସଂଗୀତ ନାଟକ ଏକାଡେମୀ ବିଭିର୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ,କଳାକାର ସୌରଭ ନାୟକ, ନାସିର, ଲିପ୍ସା ମହାପାତ୍ର, ଓ ସମ୍ରାଟ ଚକ୍ରବର୍ତ୍ତୀ, ପ୍ରମୁଖ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି, ପ୍ରଥମ ଦିନ ରେ ବହୁ ସମାଗମ ଦେଖିବାକୁ ମିଳିଛି, ଏହା ଆସନ୍ତା 27ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ରଜତକୁମାର ପଟ୍ଟନାୟକ ଶେଷ ରେ ଅତିଥି ମାନଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ

You might also like