ନୟାଗଡ଼ ବୋଇତ ବନ୍ଦାଣ ଉତ୍ସବର ତୃତୀୟ ସନ୍ଧ୍ୟା, ପଶୁ ମୂଖା ନୃତ୍ୟ ଓ ଇରାଙ୍କ ଗୀତରେ ଦର୍ଶକ ମତୁଆଲା

ଉତ୍କଳୀୟ ପରମ୍ପରା ତଥା ଐତିହାସିକ ବୋଇତ ବନ୍ଦାଣ ପ୍ରଥାର ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ପୁରୁଣା ସହରର ମା’ ଦକ୍ଷିଣକାଳୀଙ୍କ ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେଉଅଛି । ଆଜି ଏହାର ତୃତୀୟ ସନ୍ଧ୍ୟା । ତୃତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ନୟାଗଡ଼ ପୌରାଧ୍ୟକ୍ଷ ନିରୁପମା ଖଟେଇ ଯୋଗ ଦେଇଛିନ୍ତି । ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଲକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଓ ଡ଼ା.ସିଦ୍ଧାର୍ଥ ଦାସ ପ୍ରମୁଖ ଯୋଗ ଦେଇଥିଲେ । ନୟାଗଡ଼ ବୋଇତ ବନ୍ଦାଣ କମିଟିର ସଭାପତି କିଶାନ ଦାସ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଖଟେଇ ନୟାଗଡ଼ କଳାସାହିତ୍ୟ ଓ ସଂସ୍କୃତିର ସହର । ଏଠି ସଦାଦର୍ବଦା ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ନୟାଗଡ଼ ବୋଇତ ବନ୍ଦାଣ ଉତ୍ସବ ଦ୍ଵିତୀୟ ବାଲିଯାତ୍ରା ସଦୃଶ୍ୟ ଲାଗୁଛି । ଏହା କେବଳ ସମ୍ଭବ ହୋଇଛି ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ ଙ୍କ ପରିଶ୍ରମରୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼କୁ ସ୍ଵତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଯେଉଁଥିପାଇଁ ନୟାଗଡ଼ରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରାଯାଇଛି ।

ସମ୍ମାନିତ ଅତିଥିମାନେ ଏତେ ବଡ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାରୁ ବୋଇତ ବନ୍ଦାଣ କମିଟିର ସଭ୍ୟ ସଭ୍ୟା ଓ ନୟାଗଡ ବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଅନୀଲ ଡ୍ୟାନ୍ସ ଗୃପ, ରକଷ୍ଟାର ତ୍ୟାନ୍ସ ଗୃପ, ଶିବାନୀ ଡ୍ୟାନ୍ସ ଗୃପ, ବର୍ଷା ଡ୍ୟାନ୍ସ ଗୃପ ଓ ଡାଇନୋମିକ ଡ୍ୟାନ୍ସ ଗୃପ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା I ଉପେନ୍ଦ୍ର ଭଞ୍ଜ ଲୋକ କଳା ଦ୍ଵାରା ପଶୁ ମୁଖା ନୃତ୍ୟ ପରିବେଷଣ କରାଯାଇଥିଲା ।

ରାଜ୍ୟ ସଂଙ୍ଗୀତ ନାଟକ ଏକାଡେମୀ ପୁରଷ୍କାର ପ୍ରାପ୍ତ କଳାକାର ନାରାୟଣ ମହାରଣାଙ୍କ ଦ୍ଵାରା ଏହି ପଶୁ ମୁଖା ନୃତ୍ୟ ପରିବେଷଣ କରାଯାଇଥିଲା ୲ ଏହି ନୃତ୍ୟ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା ।ମେଲୋଡି ସୁର୍ ତରଙ୍ଗ ପରିବେଷଣ କରାଯାଇଥିଲା । ବରିଷ୍ଠ କଣ୍ଠଶିଳ୍ପୀ ଇରା ମହାନ୍ତି ଦର୍ଶକ ମାନଙ୍କୁ ମତୁଆଲା କରିଥିଲେ ।

ଆଜି ହଜାର ହଜାର ଦର୍ଶକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ସାମ୍ବାଦିକ ରଜତ କୁମାର ପଟ୍ଟନାୟକ ଆଜିର ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like