ନୟାଗଡ଼ ବୋଇତ ବନ୍ଦାଣ ଉତ୍ସବରଚତୁର୍ଥ ସନ୍ଧ୍ୟା, ଛଉ ନୃତ୍ୟ, ଛୋଟ ପପୁ ଙ୍କ କମେଡି ରେ ଦର୍ଶକ ମତୁଆଲା

ଉତ୍କଳୀୟ ପରମ୍ପରା ତଥା ଐତିହାସିକ ବୋଇତ ବନ୍ଦାଣ ପ୍ରଥାର ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ପୁରୁଣା ସହରର ମା’ ଦକ୍ଷିଣକାଳୀଙ୍କ ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେଉଅଛି । ଆଜି ଏହାର ଚତୁର୍ଥ ସନ୍ଧ୍ୟା । ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେଓଡ଼ଗାଁ ବ୍ଳକ ଅଧକ୍ଷ ଲୋକ ନାଥ ସାହୁ ଯୋଗ ଦେଇ ଥିଲେ, ସଂମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରାଧ୍ୟକ୍ଷ ନିରୁପମା ଖଟେଇ, ଉପାଧକ୍ଷ ଗୁରୁ ପ୍ରସାଦ ଜେନା, ଜିଲାପରିଷଦ ବିରଜା ଲକ୍ଷ୍ମୀ ସାହୁ ନୟାଗଡ଼ ପ୍ରଜାମଣ୍ଡଳମହିଳା ମହାବିଦ୍ୟାଳୟ ର ଗଭର୍ଣ୍ଣିଙ୍ଗ ବଡି ସଭାପତି ମୃଣାଳିନି ଦାସ ପ୍ରମୁଖ ଓନୟାଗଡ଼ ଜିଲ୍ଲାଉତ୍କଳ ସାମ୍ବାଦିକ ସଙ୍ଘ ର ସଭାପତି ଶ୍ରୀକାନ୍ତ ଖଟେଇ ଯୋଗ ଦେଇ ଥିଲେ,।

ନୟାଗଡ଼ ବୋଇତ ବନ୍ଦାଣ କମିଟିର ସଭାପତି କିସାନ ଦାସ ସଭାପରିଚାଳନା କରିଥିଲେ, ମୁଖ୍ୟ ଅତିଥି ଓଡ଼ଗାଁ ବ୍ଳକ ଅଧକ୍ଷ ପବିତ୍ର ଦକ୍ଷିଣକାଳୀ ଙ୍କ ପୀଠ ରେ ଏହି ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଥିବାରୁ ଏହା ସମସ୍ତଙ୍କୁ ଆନନ୍ଦ ଦେଇଛି, ଛୋଟ ରୁ ଆରମ୍ଭ ହୋଇଥିବାରୁ ଏହି ଉତ୍ସବ ଆଜି ବିରାଟ ଉତ୍ସବ ରେ ପରିଣତ ହୋଇଛି, ସମସ୍ତେ ଯେଉଁଠି ଏକାଠି ମିଶି କାମ କରନ୍ତି ଏଭଳି ଫଳ ମିଳେ, ବୋଲି ପ୍ରକାଶ କରିଥିଲେ, ନୟାଗଡ଼ ପୌରାଞ୍ଚଳ ଉପାଧକ୍ଷ ଗୁରୁପ୍ରସାଦ ଜେନା ତାଙ୍କ ଅଭିଭାଷଣ ରେ ନୟାଗଡ଼ ରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି,କେବଳ ବିକାଶ ହେଲେ ହେବ ନାହିଁ, ଲୋକ ମାନଙ୍କ ମନୋରଞ୍ଜନ ପାଇଁ ଅନେକ ଉତ୍ସବ ର ଆବଶ୍ୟକତା ରହିଛି,

ନୟାଗଡ଼ ରେ ଯାହା ହେଉଛି ସାରା ରାଜ୍ୟ ରେ ତାହା ପ୍ରଚାରିତ ହେଉଛି ବୋଲି ପ୍ରକାଶ କରିଥିଲେ,ଅନ୍ୟତମ ସମ୍ମାନିତ ଅତିଥି ବିରଜା ଲକ୍ଷ୍ମୀ ଜିଲ୍ଲା ପାଇଁ ବୋଇତ ବନ୍ଦାଣ ଏକ ନିଆରା ଉତ୍ସବ ବୋଲି ପ୍ରକାଶ କରିଥିଲେ,ନୟାଗଡ଼ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଙ୍କ ଚେଷ୍ଟା, ନିଷ୍ଠା ଓ ପ୍ରଚେଷ୍ଟାଲାଗି ଏଭଳି କାର୍ଯ୍ୟକ୍ରମଅନୁଷ୍ଠିତ ହେଉଛି ବୋଲି ପ୍ରକାଶ କରିଥିଲେଏହି ଅବସରରେ ପ୍ରଜା ମଣ୍ଡଳ ମହିଳା ମହା ବିଦ୍ୟାଳୟ ର ସଭାପତି ମୃଣାଲିନି ତାଙ୍କ ଅଭିଭାଷଣ ରେ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଆଜିକାର ପିଲାମାନେ ନିଜର ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଉପରେ ଜ୍ଞାନ ଆହରଣ କରିବେ ବୋଲି ପ୍ରକାଶ କରିଥିଲେ,,ଅନିଲ ଡ୍ୟାନ୍ସ ଗ୍ରୁପ, ରଖ ଷ୍ଟାର ଡ୍ୟାନ୍ସ ଗ୍ରୁପ, ଶିବାନୀ ଡ୍ୟାନ୍ସ ଗ୍ରୁପ, ବର୍ଷା ଡ୍ୟାନ୍ସ ଗ୍ରୁପ, ଓ ଡାଏନାମିକ ଡ୍ୟାନ୍ସ ଗ୍ରୁପ, ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା,

ରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗ ଦ୍ୱାରା ଛଉ ନୃତ୍ୟ ପରିବେଷଣ କରାଯାଇଥିଲା, ଦର୍ଶକ ମାନଙ୍କୁ ଛଉ ନୃତ୍ୟ ବାନ୍ଧି ରଖିଥିଲା ଆରିଆନ୍ସ ଡ୍ୟାନ୍ସ ଗ୍ରୁପ ଓ ଟ୍ରାକ ସିଙ୍ଗର ତଥା କମେଡିଆନ ଛୋଟ ପପୁ ସମସ୍ତ ଙ୍କ ମନକୁ ମତୁଆଲା କରିଥିଲେ, ବହୁ ଜନ ସମାଗମ ହୋଇଥିବା ବେଳେ ସାମ୍ବାଦିକ ରଜତ ପଟ୍ଟନାୟକ ଆଜିର ସଭାରେ ଧନ୍ୟ ବାଦ ଅର୍ପଣ କରିଥିଲେ,ଆସନ୍ତା କାଲି ସକାଳ 7ଘଟିକା ସମୟ ରେ ସାଗର ପୋଖରୀ ଠାରେ ବୋଇତ ବନ୍ଦାଣଉତ୍ସବ ଅନୁଷ୍ଠିତ ହେବ,ଅଭିନେତ୍ରୀ ଶିବାନୀ, ଓ ଅଭିନେତା ସୁବାଶିଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି,ଏଥି ସହିତ ବୋଇତ ବନ୍ଦାଣ ନୃତ୍ୟ ନାଟିକା ଅନୁଷ୍ଠିତ ହେବ ,

You might also like