ନୟାଗଡ଼ ବ୍ଳକ ପକ୍ଷରୁ ଶୁଭଦ୍ରା ଯୋଜନା ର ସଚେତନତା ବୈଠକ

ନୟାଗଡ଼ ପଞ୍ଚାୟତ ସମିତି ପକ୍ଷରୁ ଶୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି, ନୟାଗଡ଼ ବିଡ଼ିଓ ପଦ୍ମଲୋଚନ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ସିଡିପିଓ ସୌଦାମିନୀ ପଣ୍ଡା ଯୋଗ ଦେଇଥିଲେ, ଶୁଭଦ୍ରା ଯୋଜନା ଫର୍ମ ପୂରଣ କରାଯିବ ଓ ଘରେ ଘରେ କିପରି ଶୁଭଦ୍ରା ଯୋଜନା ଫର୍ମ ପହଂଚିବ ସେଥି ନିମନ୍ତେ ଆଲୋଚନା କରାଯାଇଥିଲା,

ଏଥି ସହ ପଞ୍ଚାୟତ ପ୍ରତିନିଧି ଙ୍କ ସମେତ ସମସ୍ତ ଅଙ୍ଗନବାଡି ୱାର୍କର ମାନେ ଶୁଭଦ୍ରା ଯୋଜନା ସମ୍ପର୍କ ରେ ଜନ ସାଧାରଣ ଙ୍କୁ ସଚେତନତା ବାର୍ତ୍ତା ଦେବେ ଏଥି ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା,ନୟାଗଡ଼ ବ୍ଳକ ଓ ମୁନିସିପାଲିଟି ର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ଏଥିରେ ସାମିଲ ହୋଇଥିଲେ,

You might also like