Skip to content

ନୟାଗଡ଼ ବ୍ଳକ ର 2394ହିତାଧିକାରୀ ପାଇଲେ ବିଏସ କେ ୱାଇ ନବୀନ କାର୍ଡ

ନୟାଗଡ଼ ବ୍ଳକ ସମ୍ମିଳନୀ କକ୍ଷ ରେ ବିଏସକେୱାଇ କାର୍ଡ ବଣ୍ଟନ କରାଯାଇଛି, ନୟାଗଡ଼ବ୍ଳକ ପ୍ରତ୍ୟକ ପଞ୍ଚାୟତ ର 2394ହିତାଧିକାରୀ ଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି,ମୁଖ୍ୟ ଅତିଥି ଭାବେ ନୟାଗଡ଼ ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ ଉପସ୍ଥିତ ରହି ଏହି କାର୍ଡ ବଣ୍ଟନ କରିଥିଲେ,ବିଜୁ ସ୍ୱାସ୍ଥ୍ୟ କାର୍ଡ ରୁ ଯେଉଁ ମାନେ ବଞ୍ଚିତହୋଇ ଥିଲେ ସେମାନଙ୍କୁ ଏହି ନବୀନ କାର୍ଡ ବଣ୍ଟନ କରାଯାଇଛି,

ଏହି କାର୍ଡ ମାଧ୍ୟମ ରେ ମହିଳା ମାନେ 10ଲକ୍ଷ ଟଙ୍କା ର ମାଗଣା ସ୍ୱାସ୍ଥ୍ୟ ସୁବିଧା ପାଇବେ, ଏଥି ସହିତ ପୁରୁଷ ମାନେ 5ଲକ୍ଷ ଟଙ୍କା ମାଗଣା ସ୍ୱାସ୍ଥ୍ୟ ସୁବିଧା ପାଇ ପାରିବେ, ସରକାରୀ ମେଡିକାଲ ଠାରୁ ଆରମ୍ଭ କରି ବେସରକାରୀ ଚିକିତ୍ସାଳୟ ରେ ମଧ୍ୟ ଏହି କାର୍ଡ ରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା କରି ପାରିବେ,

ଆଜି ର କାର୍ଯ୍ୟକ୍ରମରେ ଜିଲାପରିଷଦ ସଦସ୍ୟ ସୁବାଷଚନ୍ଦ୍ର କହଁର,, ଆଶିଷ ଅଗ୍ରୱାଲ, ଜିପିଇଓ ତୁଷାରକାନ୍ତ ରାଉତ, ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସମସ୍ତ ପିଇଓ, ଜିଆରଏସ ମାନେ ଉପସ୍ଥିତ ଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1