Skip to content

ନୟାଗଡ଼ ମଧୁବୈଶ୍ୟ ସମାଜର ବାର୍ଷିକ ସାଧାରଣ ଅଧିବେଶନ

ନୟାଗଡ଼ ତୁଳସୀପୁର ଠାରେ ଥିବା ମଧୁ ବୈଶ୍ଯ ସମାଜର ୭୮ ତମ ବାର୍ଷିକ ସାଧାରଣ ଅଧିବେଶନ ସଭାପତି ପ୍ରଣବ କୁମାର ବିଶୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମଧୁ ବୈଶ୍ଯ ସମାଜର ସମସ୍ତ ସାହିଭାଇ, କର୍ମକର୍ତ୍ତା ଓ ପଞ୍ଚରାଜ୍ୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଉକ୍ତ ଉତ୍ସବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ବକ୍ତବ୍ୟରେ ଓବିସି ବର୍ଗଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସେମାନଙ୍କୁ ହକ୍ ଦେବା ପାଇଁ ବାଧ୍ୟ ହୋଇଛନ୍ତି । କେବଳ ସେମାନଙ୍କର ଏକତା ପାଇଁ ବର୍ତମାନ ସବୁ କ୍ଷେତ୍ରରେ ଓବିସି କୋଟା ରହି ଆସୁଅଛି । ମଧୁ ବୈଶ୍ୟ ସମାଜ କୁ ଆସିଲେ ତାଙ୍କୁ ତାଙ୍କ ପରିବାର ଭିତରକୁ ଆସିବା ଭଳି ଲାଗେ । ମଧୁ ବୈଶ୍ୟ ସମାଜର ଲୋକ ମାନଙ୍କ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ସମାଜର ଉପଦେଷ୍ଟା ସୁମନ କୁମାର ସାହୁ ସମାଜର କଲ୍ୟାଣ ମଣ୍ଡପ ନିର୍ମାଣର ଶ୍ରେୟ ବର୍ତ୍ତମାନର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଦେଇଥିଲେ ।

ମାନ୍ୟବର ବିଧାୟକ ଯେଉଁ ଭଳି ଭାବେ ନୟାଗଡ଼ ଓଡ଼ଗାଁ ରେ ବିକାଶର ଧାରା ଜାରି ରଖିଛନ୍ତି ସେଥିରେଆମ ସମାଜ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଉକ୍ତ ଉତ୍ସବକୁ ସମାଜର ଉପସଭାପତି ଲୋକନାଥ ପାତ୍ର, ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, ସହ ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ , ଯୁଗ୍ମ ସମ୍ପାଦକ ଗଙ୍ଗାଧର ସାହୁ, କୋଷାଧ୍ଯକ୍ଷ ଜଗନ୍ନାଥ ସାହୁ, ଗ୍ରୁପ ମେମ୍ବର ଭବାନୀ ପ୍ରସାଦ ବିଶୋଇ ପ୍ରମୁଖ ସହ ଯୋଗ କରିଥିଲେ । ଉକ୍ତ ଅଧିବେଶନରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ସହାୟତା ରାଶି ପ୍ରଦାନ କରାଯାଇଥିଲା ।ଅସହାୟ ବ୍ୟକ୍ତିଙ୍କୁ ମଧ୍ୟ ସାହାଯ୍ୟ ପ୍ରଦାନ କରାଯାଇଥିଲା । ନୟାଗଡରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1