ନୟାଗଡ଼ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆଲୋଚନା ଚକ୍ର ବୈଠକ ଅନୁଷ୍ଠିତ
“ଜୟ ନୟାଗଡ଼ ଫାଉଣ୍ଡେସନ” ତରଫରୁ ଗତ ୦୩.୦୭.୨୦୨୫ରିଖ ଠାରୁ ଆରମ୍ଭ ହୋଇଥିବା ସେଲ୍ଫି ଷ୍ଟାଣ୍ଡ, ସାମାଜିକ ଗଣମାଧ୍ୟମରେ ଦାବି ଉତ୍ଥାପନ, ଦସ୍ତଖତ ଅଭିଯାନ ଜାରି ରହିଅଛି। ଅଦ୍ୟାବଧି ୨୨୦୦୦ରୁ ଉର୍ଦ୍ଧ୍ବ ଦସ୍ତଖତ ଏବଂ ୨୦୦୦ରୁ ଉର୍ଦ୍ଧ୍ବ ସେଲ୍ଫି ଫୋଟୋଚିତ୍ର ସଂଗଠନର ଏହି କାର୍ଯ୍ୟକ୍ରମ ଦ୍ୱାରା ପୁରଣ କରାଯାଇଅଛି। ଆଜି ଏହି କାର୍ଯ୍ୟକ୍ରମ ନୟାଗଡ଼ ବ୍ଲକ ମୁଥାଗାଡ଼ିଆ ଓ ଲାଠିପଡା ଗ୍ରାମରେ ଦସ୍ତଖତ ଅଭିଯାନ ଦ୍ୱାରା ଦସ୍ତଖତ ଗ୍ରହଣ କରାଯାଇଅଛି। ସେହିଭଳି ଏହି ସମସ୍ତ କାର୍ଯ୍ୟକ୍ରମ କୁ ଆହୁରି ତ୍ୱରାନ୍ୱିତ କରିବା ନିମନ୍ତେ ଆଜି ଅପରାହ୍ନ ୩ ଘଟିକା ଠାରୁ ସନ୍ଧ୍ୟା ୭ ଘଟିକା ସମୟ ପର୍ଯ୍ୟନ୍ତ “ଜୟ ନୟାଗଡ଼ ଫାଉଣ୍ଡେସନ” ତରଫରୁ “ନୟାଗଡ଼ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ନେଇ ଏକ ଆଲୋଚନା ଚକ୍ର”ର ଆୟୋଜନ ନୟାଗଡ଼ ସହର ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ, ହୋଇଛି ଏହି କାର୍ଯ୍ୟକ୍ରମରେ ନୟାଗଡ଼ର ବୁଦ୍ଧିଜୀବି, ସାମ୍ବାଦିକ ଏବଂ ସମାଜସେବୀମାନଙ୍କୁ ସଂଗଠନ ତରଫରୁ ନିମନ୍ତ୍ରଣ କରାଯାଇଥିବ ବେଳେ ସଂଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦତତ୍ୱାବଧାନ ରେ ତଥା ଏସ,ଏ ମନାନ ଙ୍କସଭାପରିଚାଳନା ରେ ପ୍ରମୋଦ ପଟ୍ଟନାୟକ, ମନୋଜ ସାହୁ, ନିର୍ମଳ ସୁରଦେଓ,,

ଶ୍ରୀକାନ୍ତ ପଟ୍ଟନାୟକ,, ପ୍ରତାପ ପଟ୍ଟନାୟକ, ରାମକୃଷ୍ମ ରଥ, ପ୍ରଭାତ ମହାପାତ୍ର, ଗୋକୁଳ ଷଡ଼ଙ୍ଗୀ,,, ରବୀନ୍ଦ୍ର ରାଉତ, ଶ୍ରୀଧର ପ୍ରଧାନ, ତଥା ବିଭିର୍ନ ଗଣ ମାଧ୍ୟମ ର ପ୍ରତିନିଧି,ଯୋଗ ଦେଇଥିବା ବେଳେ ତଥା ବୈଠକରେ ନୟାଗଡବୁଦ୍ଧିଜୀବି,ବରିଷ୍ଠ ନାଗରିକ,ସମାଜସେବୀ,କାର୍ଯ୍ୟକ୍ରମରେଯୋଗ ଦେଇ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଉପରେ ମତ ପୋଷଣ କରିଥିଲେ, ସଂଗଠନ ସଂଯୋଜକ ଅମ୍ଳାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ସଂଗଠନ ସୋସିଆଲ ମିଡ଼ିଆ ସଂଯୋଜକ ଅରବିନ୍ଦ ପାଢ଼ୀପ୍ରମୁଖ ଦସ୍ତଖତ ସଂଗ୍ରହ କରିଥିଲେ,