Skip to content

ନୟାଗଡ଼ ରେ ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଆମ୍ୱେଦକର କ୍ଳବ କସ୍ତୁରୀ ବିହାର ସୀନ୍ଦୁରିଆ ସଦସ୍ୟ ଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ସୂଚନା ଅନୁଯାୟୀ ଆଜି 11ଘଟିକା ସମୟ ରେ ଆମ୍ବେଦକର କ୍ଳବ କସ୍ତୁରୀ ବିହାର ସୀନ୍ଦୁରିଆ ସଦସ୍ୟ ଙ୍କ ପକ୍ଷରୁ ଡ଼ଃ ଭୀମ ରାଓ ଆମ୍ୱେଦକର ଙ୍କ ନୟାଗଡ଼ ସହର ରେ ପ୍ରମୁଖ ଛକ ସ୍ଥାନ ରେ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ 100ବର୍ଗ ଫୁଟ ଜମି ଚିନ୍ହଟ କରାଯିବା ନେଇ ନିବେଦନ କରିବା ସହିତ ଦାବି ପତ୍ର ପ୍ରଦାନ କରିଛନ୍ତି,ଏଯାବତ ନୟାଗଡ଼ ଜିଲ୍ଲା ଏବଂ ନୟାଗଡ଼ ସହର ରେ ଆମ ଭାରତ ବର୍ଷ ର ସମ୍ବିଧାନ ପ୍ରଣେତା ଡ଼ଃ ଭୀମ ରାଓ ଆମ୍ୱେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୋଇ ନାହିଁ,

ଏହାକୁ ନେଇ ସଦସ୍ୟ ମିଳିତ ହୋଇ ପ୍ରତି ମୂର୍ତ୍ତି ସ୍ଥାପନା ପାଇଁ ସର୍ବ ସଂମ୍ମତ ଭାବେ ନିଷ୍ପତି କରି ଏହି ପ୍ରସ୍ତାବ କୁ ବିଚାରତଥା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କୁ ନିବେଦନ କରିବା ସହିତ ଦାବି ପତ୍ର ପ୍ରଦାନ କରିଥିବା ସୂଚନାମିଳିଛି

Ad 1