ନୟାଗଡ଼ ରେ ବିଶ୍ୱ ନାଟ୍ୟ ଦିବସ ପାଳିତ
ମାର୍ଚ୍ଚ 27ନାଟ୍ୟ ଦିବସ ଅବସରରେ ନୟାଗଡ଼ କେ.ସି କ୍ଳବ ଠାରେ ନାଟ୍ୟ ଧାରା ଆନୁକୂଲ୍ୟରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ଅଧକ୍ଷତା ରେ ବିଶ୍ୱ ନାଟ୍ୟ, ଦିବସ ପାଳିତ ହୋଇଯାଇଛି, ଏହିସଭାରେ ବିଶ୍ୱ ନାଟ୍ୟ ଦିବସ ର ତlତ୍ପର୍ଯ୍ୟ ଆହ୍ୱାନ ଆଉ ଲକ୍ଷ ଉପରେ ଆଲୋଚନା ରଖି ପୃଥିବୀ ର ନାଟ୍ୟ ଆନ୍ଦୋଳନ ର ଏକ ଚିତ୍ର ଉପସ୍ଥାପନା କରିଥିଲେ

ନାଟ୍ୟକାର କମ୍ରେଡ ବିଶ୍ଵନାଥ ମହାପାତ୍ର ବିଶିଷ୍ଟ ନାଟ୍ୟ ନିର୍ଦେଶକ ତଥା ଅଭିନେତା ପବିତ୍ର ମହାନ୍ତି ଅତ୍ୟଧୁନିକ ଯୁଗରେ ନାଟକ ର କ୍ରମ ବିକାଶ, ଓଡ଼ିଆ ନାଟକ ରେ ନୟାଗଡ଼ ନାଟ୍ୟ କଳା ର ଅବଦାନ, ଏବଂ ଲଗାତାର ନାଟ୍ୟ ଧାରା କୁ ଉଜୀବିତ କରିବା ପାଇଁ ଲୋକ କଳାକୁ ସଂମ୍ମାନିତ କରିବା ପାଇଁ ଆହ୍ୱାନ ଦେଇ ଥିଲେ,

ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର, ଓଡ଼ିଆ ନାଟ୍ୟକାର ବିକାଶ ସମାଜ ପ୍ରତିବଧତା ଏହାର ଗଠନ ମୂଳକ ପ୍ରଭାବ ଉପରେ ବ୍ୟାପକ ଆଲୋଚନା ରଖିଥିଲେ
