ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୟାଗଡ଼ ଜିଲ୍ଲା ରେ ଲକ୍ଷ୍ମୀ ବସ ସେବା ଶୁଭାରମ୍ଭ ହୋଇଛି,,5ଟି ଅଧକ୍ଷ ଭି. କେ ପାଣ୍ଡିଆନ ଙ୍କ ତତ୍ୱାବଧାନ ରେ ଆୟୋଜିତ ଅଭାସି କାର୍ଯ୍ୟକ୍ରମ ଦ୍ୱାରା ମୁଖ୍ୟ ମନ୍ତ୍ରୀ ନୟାଗଡ଼ ଜିଲ୍ଲାବାସୀଙ୍କୁ ଲକ୍ଷ୍ମୀ ବସ ସେବା ଯୋଗାଇ ଦେଇଛନ୍ତି,ନୟାଗଡ଼ ଷ୍ଟାଡିଅମ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ବିଧାୟକ ଡ଼ ଅରୁଣକୁମାରସହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ,ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ଜିଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ ପ୍ରମୁଖ ମଂଚାସୀନ ଥିଲେ


ନୟାଗଡ଼ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଓ 5ଟି ଅଧକ୍ଷ ଙ୍କୁ କୃତଜ୍ଞତା ଜଣାଇଥିଲେ,ଓଡ଼ିଶାରେ ବିକାଶ ପରେ ବିକାଶ ହେଉଥିବା ନେଇ ପ୍ରଗତି ର ଫୁଆରା ଜନତା ଙ୍କୁ ଆଲ୍ଲାଦିତ କରିଛୀ ଓ ପରିବାର ର ଅର୍ଥନୀତି ସୃଦୃଢ ହେଉଥିବା କଥା ଡ଼ ସାହୁ ବକ୍ତବ୍ୟ ରେ କହିଥିଲେ,ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୟାଗଡ଼ ଜିଲ୍ଲା ରେ ଲକ୍ଷ୍ମୀ ବସ ର ଶୁଭଆରମ୍ଭ କରିଥିଲେ,

ନୟାଗଡ଼ ଷ୍ଟାଡିଅମ ଠାରୁ 3ଟି ବସ ନୟାଗଡ଼ ବ୍ଳକ ଅନ୍ତର୍ଗତ ଗମ୍ଭାରୀଡ଼ିହି କୁ ଗସ୍ତ କରିଥିଲା, ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ଜିଲ୍ଲା ର 10ହଜାର ରୁ ଉର୍ଦ୍ଧ ମହିଳା, ଛାତ୍ର ଛାତ୍ରୀ ସାମିଲ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲା ର ବିଭିର୍ନ ବ୍ଳକ ଅଧକ୍ଷ, ଉପାଧକ୍ଷ, ଜିଲାପରିଷଦ ସଦସ୍ୟ ଙ୍କ ସମେତ ବିଭିର୍ନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ,
