ନୟାଗଡ଼ ରେ 12ଘଣ୍ଟିଆ ବଜାର ବନ୍ଦ ଡାକରା
ଦୀର୍ଘଦିନରୁ ଚାଲିଥିବା ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ଦାବି ଏବଂ ଓଡିଶା ବଜେଟ ୨୦୨୬-୨୭ରେ ନୟାଗଡରେ ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ଘୋଷଣା ସମ୍ବନ୍ଧେ ନୟାଗଡ଼ ଫାଉଣ୍ଡେସନତଥା ନୟାଗଡ଼ ସଚେତନ ନାଗରିକ ଙ୍କ ପକ୍ଷରୁ ନୟାଗଡ଼ ରେ 12ଘଣ୍ଟିଆବଜାର ବନ୍ଦଡାକରା ଦିଆ ଯାଇଛି, ସୂଚନା ଅନୁଯାୟୀସରକାର ଙ୍କ ପକ୍ଷରୁ ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରିବା ଭଲ କଥା, କିନ୍ତୁ ନୟାଗଡ଼ ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଗତକାଲି ବି ଥିଲା, ଆଜି ବି ଅଛି ଓ ଆଗାମୀ ଦିନରେ ବି ରହିବ ତେଣୁ ଏହି ନୟାଗଡ଼ିଆଙ୍କ ହକ ତଥା ଦାବିକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ସକାଳ ୬ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ନୟାଗଡ଼ ବଜାର ବନ୍ଦ ଡାକରା ଦିଆଯାଇଛି। ତତସହ ଅପରାହ୍ନ ୧ ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ପ୍ରତିବାଦ ସଭା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ।

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଚାଲୁଥିବା ଯୋଗୁଁ କୌଣସି ପ୍ରକାରର ଯାନବାହନ ଚଳାଚଳ ବନ୍ଦ କରାନଯିବା ପାଇଁ ସଙ୍ଗଠନ ତରଫରୁ ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦସୂଚନା ଦେଇ ଥିବା ବେଳେ ଆଜିବନ୍ଦ ଡାକରା ରେ ପ୍ରତିଷ୍ଠାତାଙ୍କ ସମେତ ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ମନୋଜ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର, ସମାଜସେବୀ ଶ୍ରୀଧର ପ୍ରଧାନ, ଶାନ୍ତନୁ ବିଶୋଇ, ସଂଗଠନର ସଂଯୋଜକ ଅମ୍ଳାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଅରବିନ୍ଦ ପାଢ଼ୀ, ରାକେଶ କୁମାର ସିଠ, ଅବଦୁଲ ଆଜିମ ଖାନ, ଓଁ ପ୍ରକାଶ ବିଶ୍ୱାଳ, ଅନୁରାଗ ସ୍ୱାଇଁ, ଦୀପଙ୍କର ପ୍ରଧାନ, ଲୋକେଶ କୁମାର ବେହେରା ପ୍ରମୁଖଙ୍କ ସହ ଶତାଧିକ ଫାଉଣ୍ଡେସନର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନୟାଗଡ଼ ବଜାର ବନ୍ଦକୁ ସଫଳ କରିଥିଲେ।