ନୟାଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା ‘ ଫାଉଣ୍ଡେସନ, ନୟାଗଡ଼କୁ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି l ପରିବେଶ ସୁରକ୍ଷା ପାଇଁ ମା ଫାଉଣ୍ଡେସନ ନୟାଗଡ଼ ସହର ତଥା ନୟାଗଡ଼ ବ୍ଲକ ମଧ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କ୍ଲବ, ସହି, ପଥପାର୍ଶ୍ଵ, ଧାର୍ମିକସ୍ଥଳ ଓ ବ୍ୟବସାୟୀ ପ୍ରତିଷ୍ଠାନ ମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଉପରେ ସଚେତନତା କରାଇବା ସହ ଚାରା ରୋପଣ, ବଣ୍ଟନ ଆଦି ବିଭିନ୍ନ ଉଲେଖନୀୟ କର୍ଯ୍ୟ ପାଇଁ ଏହି ପୁରସ୍କାର ଗତ 5 ତାରିଖରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପାରିବର୍ତ୍ତନ ବିଭାଗ ଭୁବନେଶ୍ୱରସ୍ଥ କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ -2025 ଅବସରରେ ଆୟୋଜିନ ପ୍ରକୃତି ମିତ୍ର ପୁରସ୍କାର ବିତରଣ ଉତ୍ସାବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,

ସମ୍ମାନିତ ଅତିଥି ଜଙ୍ଗଲ ଓ ପରିବେଶ ମାନ୍ୟବର ମନ୍ତୀ ଶ୍ରୀ ଗଣେଶ ରାମସିଂହି ଖୁଣ୍ଟିଆ, ମୁଖ୍ୟ ସଚିବ ଶ୍ରୀ ମନୋଜ ଆହୁଜା ପ୍ରମୁଖଙ୍କ ଉପସ୍ଥିତିରେ ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କ କରକାମକ ରୁ ମା : ଫାଉଣ୍ଡେସନ ର ସମ୍ପାଦକ ରଂଜନ ରଶ୍ମି ଜେନା ମାନପତ୍ର ସହ 20ହଜାର ଟଙ୍କାର ଅର୍ଥ ରାଶି ଅନୁଷ୍ଠାନ ନାମରେ ଗ୍ରହଣ କରିଥିଲେ l ମା ‘ ଫାଉଣ୍ଡେସନ, ନୟାଗଡ଼ ର ଏଭଳି ସଫଳତା ପାଇଁ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, ପ୍ରକୃତି ପ୍ରେମୀ ଓ ଅନୁଷ୍ଠାନ ସମସ୍ତ କର୍ମକର୍ତ୍ତା ମନେ ଖୁସିବ୍ୟକ୍ତ କରିଛନ୍ତି l