ନୟାଗଡ଼ ସଦର ମହକୁମାରେ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଏସ.ସୁଶ୍ରୀ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଯୋଗଦେଇଥିଲେ । ଆଜି ୧୪୭ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା ।
ସେଥି ମଧ୍ୟରୁ ବ୍ୟକ୍ତିଗତ ୧୨୮ ଗୋଟି ମାମଲା ରହିଥିବା ବେଳେ ଗ୍ରାମ୍ୟ ମାମଲା ୬ଗୋଟି ରହିଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧୩ଗୋଟି ମାମଲା ରହିଥିଲା । ଏହା ମଧ୍ୟରେ ୩୯ ଗୋଟି ମାମଲାକୁ ତୁରନ୍ତ ସମାଧାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ତହସିଲଦାର ରାଜେଶ କେଶରୀ ସ୍ଵାଇଁ,ନୟାଗଡ଼ ବିଡ଼ିଓ ଏଶ୍ଵର୍ଯ୍ୟା ଭୂୟାଁଙ୍କ ସମେତ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।