Skip to content

ନୟାଗଡ଼ ସନରାଇଜକୁ ହରାଇ ଇଟାମାଟି ଚାମ୍ପିଅନ୍

ନୟାଗଡ଼ ବ୍ଲକ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତର କଞ୍ଚନବିଲି ଠାରେ ବାବା ବାଲୁଙ୍କେଶ୍ଵର କ୍ରିକେଟ କ୍ଳବ ଦ୍ଵାରା ଆୟୋଜିତ କ୍ରିକେଟ ମ୍ୟାଚର ଫାଇନାଲ ଖେଳ ରେ ନୟାଗଡ଼ ସନରାଇଜକୁ ହରାଇ ଇଟାମାଟି କ୍ରିକେଟ ଟିମ୍ ଚମ୍ପିୟାନ ହେବା ସହ ଟ୍ରଫି ହାସଲ କରିଛି । ଫ୍ଳଡ୍‌ ଲାଇଟ ରେ ରାତିସାରା ଖେଳ ଚାଲିଥିବା ବେଳେ ଏହି ମ୍ୟାଚରେ ସର୍ବମୋଟ ୮ଟି ଟିମ୍ ଭାଗ ନେଇଥିଲେ । ନୟାଗଡ଼ ସନରାଇଜ, ଇଟାମାଟି, ରଙ୍କ ଦେଉଳି, ସିନ୍ଦୁରିଆ, କଞ୍ଚନବେଲି , ଲେଙ୍କୁଢ଼ିପଡ଼ା, ଶିଖରପୁର ,786 ସିନ୍ଦୁରିଆ ଭାଗ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୪ଟି ଲିଗ୍ ମ୍ୟାଚ, ୨ଟି ଲିଗ୍ ମ୍ୟାଚ, ୨ଟି ସେମି ଫାଇନାଲ ମ୍ୟାଚ ଖେଳା ଯିବା ପରେ ଶେଷରେ ଫାଇନାଲ ମ୍ୟାଚ ପୌର ପରିଷଦ ନୟାଗଡ଼ ଏବଂ ଇଟାମାଟି ସହ ମୁକାବଲା ହୋଇଥିଲା । ଶେଷରେ ଫାଇନାଲରେ ଇଟାମାଟି ସହ ମୁକାବଲା ହୋଇ ଥିଲା । ଶେଷରେ ଫାଇନାଲରେ ଇଟାମାଟିର ସୁରଙ୍କ ଧୂଆଁ ଧାର୍ ବ୍ୟାଟିଂ ସହ ୭୫ ରନ୍ କରି ନୟାଗଡ଼ ଟିମ୍ କୁ ୭୬ ରନର ଲକ୍ଷ ଦେଇଥିଲା.I

କିନ୍ତୁ ନୟାଗଡ଼ ମାତ୍ର ୩୫ ରନ୍ କରି ଅଲଆଉଟ୍ ହୋଇଥିଲା. ଶେଷରେ ଫାଇନାଲ ଟ୍ରଫି ଇଟାମାଟି ହାସଲ କରିବା ସହ ୧୧ ହଜାର ଟଙ୍କା ସହ ଟ୍ରଫି ଜିତି ଥିଲା ଏବଂ ନୟାଗଡ଼ ଟିମ୍ ରନର୍ ଅପ୍ ହୋଇ ୭ ହଜାର ଟଙ୍କା ସହ ଟ୍ରଫି ହାସଲ କରିଥିଲା । ଏହା ସହ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ କରିଥିବା ଇଟାମାଟିର ସୁରଙ୍କୁ ମ୍ୟାନ ଅଫ ଦି ସିରିଜ ବିବେଚିତ କରି ୫୦୦ ଟଙ୍କା ସହ ଟ୍ରଫି ଓ ନୟାଗଡ଼ ଟିମ୍ ର ଗଣେଶଙ୍କୁ ସ୍ପେଶାଲ ପ୍ଲେୟାର ଟ୍ରଫି ପ୍ରଦାନ କରାଯାଇଥିଲା ।ଅତିଥି ଭାବେ ସରପଞ୍ଚ ସଞ୍ଜୁବାଳା ବିଶ୍ଵାଳ ଓ ଗ୍ରାମ ସଭାପତି ବନମାଳୀ ମହାନ୍ତି ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1