Skip to content

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସରସ୍ଵତୀ ପୂଜା ଅନୁଷ୍ଠିତ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ ପରିସରରେ ସରସ୍ଵତୀ ପୂଜା ସହ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶିଶୁବୋଧ ଶ୍ରେଣୀର ଭାଇ ଭଉଣୀମାନେ ପାଲିଙ୍କି ରେ ଗ୍ରନ୍ଥ ଶୋଭାଯାତ୍ରାରେ ଓ ମାଆ ମାନେ କଳସ ଶୋଭାଯାତ୍ରାରେ ନାରାୟଣୀ ମନ୍ଦିର ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ୍ ଆସିଥିଲେ ।

ଶୋଭାଯାତ୍ରା ରେ ଆସିଥିବା ଶିଶୁ ଭାଇଭଉଣୀ ମାନଙ୍କୁ ବିଦ୍ୟାଳୟର ପ୍ରଧାନ ଚାର୍ଯ୍ୟ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଶ୍ରୀ ଭାସ୍କର ଚନ୍ଦ୍ର ସାହୁ, ସହ ସମ୍ପାଦକ ଶ୍ରୀ ଗଣେଶ୍ଵର ପରିଡ଼ା , ସଭାପତି ଶ୍ରୀ କେଶବ ଚନ୍ଦ୍ର ରାଉତରାୟ, କୋଷାଧ୍ୟକ୍ଷ ଶ୍ରୀମତୀ ସସ୍ମିତା ନାୟକ, ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନା ରାଣୀ ନାୟକ ହଳଦୀ ପାଣିରେ ଶିଶୁମାନଙ୍କ ପାଦ ଧୋଇଥିଲେ ।

ପରେ ପରେ ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ଭାଗ୍ୟ ଲତା ସାହୁ ଓ ଗୁରୁ ମାମାନଙ୍କ ତତଦ୍ୱାବଧାନରେକାର୍ଯ୍ୟକ୍ରମ ଚାଲିଥିଲା।ବରିଷ୍ଠ ଆଚାର୍ଯ୍ୟ ଶ୍ରୀକୃଷ୍ନ ଚନ୍ଦ୍ର ସ୍ଵାଇଁ ବିଦ୍ୟାରମ୍ଭ ସଂସ୍କାର ବିଷୟରେ ବୌର୍ଦ୍ଧିକ ପ୍ରଦାନ କରିଥିଲୋ ଅପରପାର୍ଶ୍ଵରେ ସରସ୍ୱତୀଙ୍କ ପୂ ଜାରେ ବର୍ତ୍ତ। ଭାବେ ପ୍ରଧାନା ଚାର୍ଯ୍ୟମ ହୋଦୟବସିଥିଲେ ।

ସମସ୍ତ ଗୁରୁଜୀ ଗୁରୁ ମା,୧୦୦୦ରୁ ଉର୍ଦ୍ଧ୍ଵ ଶିଶୁ ଭାଇଭଉଣୀ, ଅଭିଭାବକ ହୋମକୁଣ୍ଡରେ ଆହୁତି ପ୍ରଦାନକରିଥିଲୋ ପୁଷ୍ପାଞ୍ଜଳି ଅର୍ପଣ ଓ ପ୍ରସାଦ ସେବନ ପୂର୍ବକ ପୂଜା କାର୍ଯ୍ୟ ସମପ୍ତ ହୋଇଥିଲା। ନୟାଗଡ଼ରୁନ ଜିତୁ ନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1