ନୟାଗଡ଼ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ନୟାଗଡ଼ କପ 2024ର ତୃତୀୟ ଦିନ,3ଘଟିକା ରେ ଖେଳ ଆରମ୍ଭ ହୋଇଥିବା ବେଳେ ସିନ୍ଦୁରିଆ 786ୟୁଥକ୍ଳବ,ଜିଲ୍ଲା ଅlଥଲେଟିକ ଆସୋସିଏସନ, ନୟାଗଡ଼ କ୍ଳବ, ନୟାଗଡ଼ ମର୍ଣ୍ଣିଙ୍ଗ କ୍ଳବ ଆନୁକୂଲ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି,ଆଜି ଆର୍ଟିଲେରୀ ସେଣ୍ଟର ହାଇଦ୍ରାବାଦ ବନାମ ୟୁନାଇଟେଡ଼ କ୍ଳବ ବରଗଡ଼ ମଧ୍ୟ ରେ ମ୍ୟାଚ ଅନୁଷ୍ଠିତହୋଇଥିଲା,ପ୍ରଥମାଅର୍ଦ୍ଧ ରେ ୟୁ ନାଇଟେଡ଼ ବରଗଡ଼ ହାଇଦ୍ରାବାଦ କୁ,1ଗୋଲ ଦେଇଥିଲା ଦ୍ଵିତୀୟାର୍ଧ ରେ ଖେଳ ଶେଷ ହେବାର 1ମିନିଟ ପୂର୍ବ ରୁ ହାଇଦ୍ରାବାଦ ଗୋଲଟି କୁ ସୁଜାଇ ଦେଇ ଥିଲା, ମ୍ୟାଚ ସମାନସ୍ତର ରେ ଥିବା ବେଳେ ଏହା ପରେ ଟ୍ରାଏବେକର ସାହାଯ୍ୟ ନିଆ ଯାଇଥିଲା, ଟ୍ରାଏବେକର ଦ୍ୱାରା ହାଇଦ୍ରାବାଦ ଟିମ 4-3ଗୋଲ ରେ ବିଜୟଲାଭ କରିଥିଲା,ଆଜିର ମ୍ୟାଚ ସଂଘର୍ଷ ଥିବା ବେଳେ ହଜାର ହଜାର ଦର୍ଶକ ଶେଷ ପର୍ଯ୍ୟନ୍ତ ଖେଳ କୁ ଉପଭୋଗ କରିଥିଲେ,
ଆଜିର ଖେଳ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣକୁମାରସହୁ ଯୋଗ ଦେଇଥିବାବେଳେ ସଂମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରାଧ୍ୟାକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବୀନ୍ଦ୍ର ନାଥ ସାହୁ, ନୟାଗଡ଼ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା ସମାଜସେବୀ ତାପସ ରଞ୍ଜନ ପାଢ଼ୀ, ସମାଜ ସେବୀ ପ୍ରଦୋଷ କୁମାର ଜେନା, ବାଲେଶ୍ୱରର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ରଦାସ, ନୟାଗଡ଼ ଜିଲ୍ଲା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାଳତୀ ଗୁରୁ, ପ୍ରମୁଖ ଉପସ୍ଥିତ ରହିଥିଲେ,
ଆଜିର ଖେଳ କୁ ପରିଚାଳନା କରିଥିଲେ ରେଫରୀ ଆଶ୍ରିବାଦ କାନୁନଗୋ, ଶଶିକାନ୍ତ ଦାସିଆ, ଦେବରାଜ ସ୍ୱାଇଁ, ଓ ପ୍ରସନ ନାୟକ,, କମିଶନର ଭାବେ କୋଚ ଆଲୋକ କୁମାରଦାସ ଉପସ୍ଥିତ ଥିଲେ, ଖେଳ କୁ ସଂଚାଳନ କରିଥିଲେ ଶେକ ଅବଦୁଲ ଖାଲିକ, ଓ ଆଶୁତୋଷ ମିଶ୍ର, ଆସନ୍ତା କାଲି ସୀମା ସଶକ୍ତ ବଳ ସିଲିଗୁଡ଼ି କଲିକତା ବନାମ ସାଇ ହାଲ ସୁନାବେଡା ମଧ୍ୟ ରେ ଖେଳ ଅନୁଷ୍ଠିତ ହେବ, ଆଜିର ଖେଳ ଦେଖିବା ପାଇଁ, ହଜାର ହଜାର ସଂଖ୍ୟକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ