ନୟାଗଡ଼ ସହର ପ୍ରଗତି ର ଆଉ ଏକ ମାଇଲ ଖୁଣ୍ଟ,ନବୀନ ପଟ୍ଟନାୟକ ନୟାଗଡ଼ ସହର ବାସୀଙ୍କୁ ଦେଇଛନ୍ତି ନୂତନ ଭେଟି, ନୟାଗଡ଼ ର ବିଭିର୍ନ ସ୍ଥାନରାସ୍ତା ଘାଟ ର ଉର୍ନତି କରଣ ନିମନ୍ତେ 9କୋଟି 64ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି,ଏହା ଦ୍ୱାରା ସମସ୍ତ ରାସ୍ତା ଓ ଗଳିକନ୍ଦି ରାସ୍ତା ଉର୍ନତି କରଣ ହେବ, ବିଧାୟକ ଡ଼ ଅରୁଣ କୁମାର ସାହୁ ଶିଳାନ୍ୟାସ କରିଛନ୍ତି, ନବୀନ ପଟ୍ଟନାୟକ ଗମନାଗମନ ପାଇଁ ପ୍ରଧାନ୍ୟ ଦେଇ ଛନ୍ତି, ଏଥିପାଇଁ ବଡ଼ମଠ ଠାରେ ଏକ ବିରାଟ ସଭା ର ଆୟୋଜନ କରାଯାଇଥିଲା,

ପୀଡ଼ବ୍ଲଡି ରାସ୍ତା ଠାରୁ ତାରିଣୀ ନଗର,ସୁରନଗର, ମାର୍ଥା କଲୋନୀ, ସରସ୍ବତୀ ବିହାର, ଏବଂ ଏସପି ଙ୍କ ବାସ ଭବନ, ଲେନ ଠାରୁ ବସନ୍ତ ବିହାର,, ଶ୍ରୀକୃଷ୍ଣ ବିହାର, ଶାନ୍ତି ଗୋପାଳ ନଗର, ଚିଦାନନ୍ଦ ବିହାର, ପ୍ରକୃତି ବିହାର, ରାଧାନାଥ କଲୋନୀ, ଭିଜିଲାନସ ଲେନ, ପୁରୁଣା ରାଜବାଟି ରାସ୍ତା, କେଉଟ ସାହି, ବ୍ରାହ୍ମଣ ସାହି, କୁଞ୍ଜ ବିହାରୀ ସାହି, କରଣ ସାହି, ଶୁଖୁଆ କନ୍ଦି, ତିଅର ସାହି, ଓ ମଙ୍ଗଳା ସାହି ର ରାସ୍ତା ଓ ଡ୍ରେନ ର ଉର୍ନତି କରଣ କାର୍ଯ୍ୟକରାଯିବ, ଏହି ଉପଲକ୍ଷେ ନୟାଗଡ଼ ମାଟି ଜୟ ଜୟ ଗାନ କରିବାର ଆବଶ୍ୟକତା ରହିଛି ବୋଲି ବିଧାୟକ ସାହୁ ପ୍ରକାଶ କରିଥିଲେ, ଉର୍ନତ ରାସ୍ତା ନିର୍ମାଣ ହେଲେ ସୁବିଧା ହେବ, ନବୀନ ପଟ୍ଟନାୟକ ସହର ବାସୀଙ୍କ ପାଇଁ ଅନୁଦାନ ଢାଳି ଦେଉଛନ୍ତି,

ରାସ୍ତା ଘାଟ ର ଦାୟିତ୍ୱ ନେବା ଆମ ମାନଙ୍କ ର ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ନିରୁପମା ଖଟେଇ, ଗୁରୁପ୍ରସାଦ ଜେନା, ସ୍ନେହଲତା ଆଚାର୍ଯ୍ୟ, ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ଓ ସମସ୍ତ କାଉନସିଲର ମାନେ ଉପସ୍ଥିତ ରହିଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ ବହୁ ଜନ ସାଧାରଣ ସାମିଲ ହୋଇଥିଲେ,