ନୟାଗଡ଼ ସହରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ, ଶପଥ ପାଠ କରାଇଲେ ଜିଲ୍ଲାପାଳ

“ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଆଜି ନୟାଗଡ଼ ସହରରେ ଆଜି ଉଦ୍‌ଘାଟିତ ହୋଇଛି । ପୁରୁଣା ସହରର ଜିଲ୍ଲା ପାଠାଗାର ଠାରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇସକାଳ 9ଘଟିକା ରେ ରାଲି କୁ ଉଦ୍‌ଘାଟନ କରିଥିଲେ । ସ୍ଵଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବାକୁ ବ୍ୟାପକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ପାଠାଗାରଠାରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ରାଲି ପହଂଚିଥିଲା ।ବିଦ୍ୟାଳୟ ଠାରେ ସ୍ୱଚ୍ଛତା ଶପଥ ପାଠ କରାଯାଇଥିଲା ।ନିଜେ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ ।

ମୁଁ ଶପଥ ନେଉଛି ଯେ ମୁଁ ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧ ରହିବି ଏବଂ ଏଥି ନିମନ୍ତେ ସମୟ ଉତ୍ସର୍ଗ କରିବି ।ଏଥି ପାଇଁ ମୁଁ ସ୍ୱେଚ୍ଛାକୃତ ଭାବେ ସପ୍ତାହକୁ ଦୁଇ ଘଣ୍ଟା ହିସାବରେ ପ୍ରତିବର୍ଷ ଅନ୍ୟୁନ ୧୦୦ ଘଣ୍ଟା ସମୟ ସ୍ଵଚ୍ଛତା ପାଇଁ ଖର୍ଚ୍ଚ କରିବି । ମୁଁ ନିଜେ ଏଣେତେଣେ ଅଳିଆ ପକାଇବି ନାହିଁ କିମ୍ବା ଅନ୍ୟ ମାନଙ୍କୁ ପକାଇବାକୁ ଦେବା ନାହିଁ ।ମୁଁ ନିଜେ ମୋର ପରିବାର ସ୍ୱସ୍ଥାନ ଗ୍ରାମ ଏବଂ କର୍ମ କ୍ଷେତ୍ରରୁ ହିଁ ସ୍ୱଚ୍ଛତାର ଅଭିଯାନ ଆରମ୍ଭ କରିବି ।ବିଶ୍ୱର ଯେଉଁ ଦେଶ ମାନେ ଅଗ୍ରଗଣ୍ୟ ରହିଛନ୍ତି ସେଠାକାର ନାଗରିକ ମାନେ ଏଠିସେଠି ଅଳିଆ ପକାନ୍ତି ନାହିଁ କିମ୍ବା ଏହାକୁ ହେବାକୁ ଦିଅନ୍ତି ନାହିଁ । ଏଥି ସହିତ ମୁଁ ଗ୍ରାମ ଓ ନଗରରେ ସ୍ୱଚ୍ଛ ଭାରତ ଅଭିଯାନ ର ବାର୍ତ୍ତା ପ୍ରଚାର କରିବି ।ଏଥି ସହିତ ଅନ୍ୟ ମାନଙ୍କୁ ଉତ୍ସହିତ କରିବି ।ଏଥି ସହିତ ବିଦ୍ୟାଳୟ ପରିସରରେ ୨୦୦ ଚାରା (ବିଭିନ୍ନ ପ୍ରକାର )ରୋପଣ କରାଯାଇଥିଲା ।

ଏହି କ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବା ଶିଷ ପଟ୍ଟନାୟକ ,ମ୍ୟୁନିସିପାଲିଟି ଅଧ୍ଯକ୍ଷା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲପାଳ (ରାଜସ୍ୱ )ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଉପ ଜିଲ୍ଲାପାଳ କର୍ଣ୍ଣ ଦେବ ସମାଦାର, ନୟାଗଡ ପୌର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା କୁମାରୀ ସାହୁ, ବିଡ଼ିଓ ପଦ୍ମ ଚରଣ ସାହୁ, ତହସିଲଦାର ରାଜେସ କେଶରୀ ।ସ୍ଵାଇଁ, ଡୋଡା ପ୍ରକଳ୍ପ ନିର୍ଦ୍ଦେଶକ ସୁମନ କୁମାର ବେହେରା, ସମସ୍ତ କାଉନସିଲର, ପୌର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା,ବ୍ଲକ ,ମ୍ୟୁନିସପାଲଟିର କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏଥି ସହିତ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଆଜିର ଏହି ରାଲିରେ ସାମିଲ ହୋଇଥିଲେ । ଜିଲ୍ଲା ପ୍ରଶାସନ, ମ୍ୟୁନିସପାଲିଟି ଓ ନୟାଗଡ଼ ବ୍ଲକ ମିଳିତ ସହଯୋଗରେ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଲିରେ ବିଭିନ୍ନ ପ୍ଲାକାର୍ଡ ଧରି ପଦଯାତ୍ରା କରିଥିଲେ ।

You might also like