ନୟାଗଡ଼ ସାଗର ପୋଖରୀ ଠାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ,

ଉତ୍କଳୀୟ ପରମ୍ପରା ତଥା ଐତିହାସିକ ବୋଇତ ବନ୍ଦାଣ ପ୍ରଥା ର ସ୍ମୁତି ଉଦେଶ୍ୟ ରେ ନୟାଗଡ଼ ପୁରୁଣା ସହର ର ମା ଦକ୍ଷିଣ କାଳୀ ଙ୍କ ଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଛି ବୋଇତ ବନ୍ଦାଣ ର ଅନ୍ତିମ ଦିବସ ରେ ହଜାରହଜାର ଦର୍ଶକ ସାଗର ପୋଖରୀ କୂଳ ରେ ଉପସ୍ଥିତ ରହି ବୋଇତ ବନ୍ଦାଣ ଉତ୍ସବ ପାଳନ କରିଛନ୍ତି,ଏହି ଅବସରରେ ବୋଇତ ବନ୍ଦାଣ ଉତ୍ସବ କମିଟି ପକ୍ଷରୁ ବିଭିର୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗ ଦେଇ ଥିଲେ, ସଂମ୍ମାନିତ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଜିଲ୍ଲା ପାଳ ରବୀନ୍ଦ୍ର ନାଥ ସାହୁ, ନୟାଗଡ଼ ପୌରଧକ୍ଷା ନିରୁ ପମା ଖଟେଇ,, ଉପାଧକ୍ଷା ଗୁରୁପ୍ରସାଦ ଜେନା, ଓଡ଼ଗାଁ ବ୍ଳକ ଅଧକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ ତହସିଲଦାର ରାଜେଶ କିଶୋର ସ୍ୱାଇଁ,ପୌରାଞ୍ଚଳ ନିର୍ବାହୀ ଅଧିକାରୀ ସ୍ଵାତି ମିଶ୍ର, ଓ ସମସ୍ତ କାଉନ ସିଲର ଉପସ୍ଥିତ ଥିଲେ,, ଉକ୍ତ କାର୍ଯ୍ୟକ୍ରମ କୁ ବୋଇତ ବନ୍ଦାଣ କମିଟି ର ସଭାପତି କିସାନ କୁମାରଦାସ ପୌରହିତ୍ୟ କରିଥିଲେ, ଏହି ଅବସରରେ ଅତିଥି ମନେ ରୂପାନ୍ତିକରଣ ମାଧ୍ୟମ ରେ ନୟାଗଡ଼ ର ଯେଉଁ ବିକାଶ ହୋଇଛି ଏହା ଉପରେ ବକ୍ତବ୍ୟ ରଖିଥିଲେ,

ବିଭିର୍ନ କଳାକାର ମାନଙ୍କ ଦ୍ୱାରା ତଅପୋଇ ନାଟକ ମଞ୍ଚସ୍ତ କରାଯାଇଥିଲା ଅଭିନେତ୍ରୀ ଶିବାନୀ ଓ ଅଭିନେତା ସୁବାଶିଷ ଛାତି ତଳେ ବଜାଇଲୁ ପ୍ରେମ ଖଞ୍ଜଣୀ ନାଚ ରେ ହଜାର ହଜାର ଦର୍ଶକ ଙ୍କୁ ବାନ୍ଧି ରଖିଥିଲେ, ଅତିଥି ମନେ ସାଗର ପୋଖରୀ ରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହ ରେ ପାଳନ କରିଥିଲେ, ଆତସ ବାଜି ସହିତ ସକାଳୁ ସକାଳୁ ହଜାର ହଜାର ଦର୍ଶକ ସାଗର ପୋଖରୀ କୂଳ ଠାରୁ ଆରମ୍ଭ କରି ଦକ୍ଷିଣ କାଳୀ ପଡିଆ ପର୍ଯ୍ୟନ୍ତ ଜନ ଗହଳି ହୋଇଥିଲା,

ଆଜି ସନ୍ଧ୍ୟା ସମୟ ରେ ବୋଇତ ବନ୍ଦାଣ ଉତ୍ସବ ର ଅନ୍ତିମ ସନ୍ଧ୍ୟା ପାଳନ କରାଯିବ, ବିଭିର୍ନ ରାଜନୈତିକ ଓ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି, ଏଥି ସହିତ ସୁରତାଲ ମେଲୋଡି ସହିତ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି, ଶେଷ ରେ ସମସ୍ତଙ୍କୁ ସାମ୍ବାଦିକ ରଜତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ,

You might also like