Skip to content

ନୟାଗଡ଼ ସାମ୍ବାଦିକ ଭବନଓ ଦେବୋତର କଲୋନୀ ୱାର୍ଡ 12କଲ୍ୟାଣ ମଣ୍ଡପ ଠାରେ ରଙ୍ଗ ର ପର୍ବ ହୋଲି ପାଳିତ

ଆଜି ରଙ୍ଗ ର ପର୍ବ ହୋଲି, ସବୁ ସମ୍ପ୍ରଦାୟ ଲୋକେ ହୋଲି କୁ ଆନନ୍ଦ ଓ ଭାଇ ଚାରା ର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି, ଗାଁ ଠାରୁ ସହର ସବୁଠି ପରସ୍ପର ରଙ୍ଗ ଲଗାଇ ହୋଲି ପାଳନ କରିଥାନ୍ତି,

ହୋଲି ର ମାହୋଲ ଜମିଥିବା ବେଳେ ସ୍ନେହ ପ୍ରେମ ର ରଙ୍ଗ ଲଗାଇ ସମ୍ପର୍କ ସୂତାକୁ ମିଠା ଦେଇ ମନ ଜିଣି ଥାନ୍ତି, ହୋଲି ର ମାହୋଲ ତଥା ରଙ୍ଗ ରେରଙ୍ଗେଇ ହୋଇଛି ସାରା ଦେଶ, ଏହି ପର୍ବ ଧୂମଧାମରେ ପାଳନ କରାଯାଇଥିବାବେଳେ ନୟାଗଡ଼ ସାମ୍ବାଦିକ ଭଵନ,

ଦେବୋତର କଲୋନୀ ୱାର୍ଡ଼ 12କଲ୍ୟାଣ ମଣ୍ଡପ ଠାରେ ମହିଳା ମାନେ ଏକତ୍ରିତ ହୋଇ ରଙ୍ଗ ର ପର୍ବ ହୋଲି କୁ ପାଳନ କରିଛନ୍ତି, ଏହି ରଙ୍ଗ ର ପର୍ବ ରେ ସାମ୍ବାଦିକ ଭଵନ ରେ ଶ୍ରୀକାନ୍ତ ଖଟେଇ, ବଦ୍ୟଭୁଷଣ ମହାପାତ୍ର, ଅନିଲ କୁମାର ପଣ୍ଡା, ଙ୍କ ସହ ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ରଙ୍ଗ ର ପର୍ବ ପାଳନ କରିଥିବା ବେଳେ, ଦେବୋତର କଲୋନୀ ୱାର୍ଡ଼ 12କଲ୍ୟାଣ ମଣ୍ଡପ ଠାରେ ମହିଳା ମାନେ ଉପସ୍ଥିତ ରହି ରଙ୍ଗ ର ପର୍ବ ପାଳନ କରିଛନ୍ତି

Ad 1