Skip to content

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଶିକ୍ଷକ, ଓ ଅଣ ଶିକ୍ଷକ କର୍ମ ଚାରୀଙ୍କ ଆନ୍ଦୋଳନ ସ୍ଥଗିତ

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା 64ଜଣ କର୍ମଚାରୀ ଗତ 22ତାରିଖ ରୁ ବିଭିର୍ନ ଦାବି ନିମନ୍ତେ ଶାନ୍ତି ପୁର୍ଣ ଆନ୍ଦୋଳନ ଜାରୀ ରଖିଥିଲେ, ଆଜି ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି,ନୟାଗଡ଼ ବିଧାୟକ ଡ଼ଃ ଅରୁଣକୁମାରସାହୁ ଙ୍କ ଉଦ୍ୟମରେ କର୍ମଚାରୀ ମାନେ ସେମାନଙ୍କ ଦାବି ସହିତ ଆନ୍ଦୋଳନ କୁ ପ୍ରତ୍ୟାହୃତ କରିଛନ୍ତି ପରିଚାଳନା କମିଟି ସଭ୍ୟ ମାନଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ କରାଯାଇ ଗତ 2023ମସିହା ଜୁଲାଇ ମାସ ରୁ ସେମାନଙ୍କ ବର୍ଦ୍ଧିତ ଦରମା ଲାଗୁ ହେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି, ଏଥି ସହିତ ବାର୍ଷିକ ସାମୁହିକ ବେତନ ଲାଗୁ କରାଯିବ ବୋଲି ସୂଚନା ମିଳିଛି,8ଦିନ ଧରି ବସିଥିବା ଆନ୍ଦୋଳନ ର ସମସ୍ତ ଦରମା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ମିଳିଛି, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷ ଅଶ୍ୱିନୀ କୁମାର ନାୟକ ଙ୍କ କାର୍ଯ୍ୟାଳୟ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା,

ପରିଚାଳନା କମିଟି ର ସଭ୍ୟ ପ୍ରମୋଦ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ବୈଠକ ଅନୁଷ୍ଠିତ ହୋଇଥିଲା,ପରିଚାଳନା କମିଟି ର ସଭ୍ୟ ଏମ, ଆଉରଙ୍ଗଜେବ, ରାଜେନ୍ଦ୍ର କୁମାର ସାମନ୍ତ ରାୟ, ସୌଦାମିନୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କ ପକ୍ଷରୁ ସୂର୍ଯ୍ୟମଣି ପ୍ରଧାନ ପ୍ରଶାନ୍ତକୁମାର ପରିଡା,ସ୍ମିତା ସ୍ୱାଇଁ, ବୈଶାଳୀ ନନ୍ଦ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ,ଆଲୋଚନା ସଫଳ ହୋଇ ଥିବାରୁ ଆନ୍ଦୋଳନ କୁ ପ୍ରତ୍ୟାହୃତ କରାଯାଇଛି ବୋଲି ସୂଚନା ମିଳିଛି

Ad 1