ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ରେ ପ୍ରାଚୀନ ପତ୍ର ‘ବର୍ଣାଳୀ ‘ର ଶାରଦିୟ ବିଶେଷାଙ୍କ ଉନ୍ମୋଚନ, ଯୋଗ ଦେଲେ ବିଧାୟକ

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପ୍ରଚୀନ ପତ୍ର ବର୍ଣାଳୀ ର ସାରଦିୟ ବିଶେଷାଙ୍କ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଙ୍କ କରକମଳ ରେ 10ଘଟିକା 30ସମୟ ରେ ମହାବିଦ୍ୟାଳୟ ପରିସର ରେ ଉନ୍ମୋଚିତ ହୋଇଛି,ଏହି ଉତ୍ସବ ରେ ମୁଖ୍ୟ ଅତିଥି ଡ଼ ସାହୁ ଯୋଗ ଦେଇ ବର୍ଣାଳୀ ଶାରଦୀୟ ବିଶେଷାଙ୍କ ଙ୍କୁ ଉନ୍ମୋଚନ କରିଥିଲେ, ବିଧାୟକ ଉପଦେଶ ପ୍ରଦାନ କରିବା ସହିତ କିଭଳି ଯୁବ ସମାଜ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ସୃଜନଶୀଳତା ରେ ବିକାଶ ହୋଇ ପାରିବ ସେ ନେଇ ଆଲୋକ ପାତ କରିଥିଲେ, ମହା ବିଦ୍ୟାଳୟ ର ଅଧକ୍ଷ ବିପିନ କୁମାର ପଟ୍ଟନାୟକ, ଓ ପରୀକ୍ଷା ନିୟନ୍ତ୍ରକ ଡ଼ ଜାନକୀ ନାଥ ଉପସ୍ଥିତ ଥିବା ବେଳେ ଅଧ୍ୟାପକ ହରେକୃଷ୍ଣ ଦାସ, ଅଧ୍ୟାପିକା ସ୍ମିତା ସ୍ୱାଇଁ, ଟୁନି ପରିଡା, ଓ ଅନିତା ସାମନ୍ତ ରାୟ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ, ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ

You might also like