ନୟାଗଡ଼ 12 ଘଣ୍ଟିଆ ବନ୍ଦ ଡାକରା
ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆସନ୍ତା ମଙ୍ଗଳବର ନୟାଗଡ଼ 12 ଘଣ୍ଟିଆ ବନ୍ଦ । ବନ୍ଦ ଡାକରା ଦେଲା ଜୟ ନୟାଗଡ଼ ଫାଉଣ୍ଡେସନ । ନୟାଗଡ଼ ସଦର ମହକୁମାରେ ଭେଷଜ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ହେଇ ଆସୁଛି । ହେଲେ ଚଳିତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୟାଗଡ଼ରେ ହୋମିଓ ପାଥିକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି । ଘୋଷଣା ପରେ ନୟାଗଡ଼ର ବିଭିନ୍ନ ମହଲରେ ତୀବ୍ର ବିରୋଧ ପ୍ରକାଶ ପାଇଛି । ଏଣୁ ନୟାଗଡ଼ରେ ଭେଷଜ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ମଙ୍ଗଳବାର ଦିନ ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଜାଇଛି । ଏ ବନ୍ଦ ସମୟରେ କେବଳ ସହରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି କୁହା ଯାଇଛି