ଆଜି ରାହୁଲ ଗାନ୍ଧି ଙ୍କ ନିର୍ଦେଶ କ୍ରମେ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ,ନୟାଗଡ ରେ ସମ୍ବିଧାନ ବଚାଓ ଦେଶ ବଞ୍ଚାଓ ସମାବେଶ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ,ସତ୍ୟବ୍ରତ ନାୟକ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଛି । ଆଜିର ପଦଯାତ୍ରା ରେ ହଜାର ହଜାର କଂଗ୍ରେସ କର୍ମୀ ଯାତ୍ରା ଓ ଯୁବ ର ଛାମୁଆ ସଂଗଠକ ଆଜି ର କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବା ସହ pwd ଡ଼ାକବଙ୍ଗଳା ଠାରୁ ନୂଆ ରାଜବାଟୀ ପର୍ଯ୍ୟନ୍ତ ବିଶାଳ ରାଲି ରେ ଯାଇ ,ନୂଆ ରାଜବାଟୀ ଠାରେ ଏକ ବିଶାଳ ଜନ ସମାରୋହ ଅନୁଷ୍ଠିତ ହେଇଥିଲା ।ପଦଯାତ୍ରା ବେଳେ କଂଗ୍ରେସ କର୍ମୀ ଙ୍କ ମୁଂହ ରୁ ସାମ୍ବିଧାନ ବଚାଓ ଦେଶ ବଞ୍ଚାଓ …!ମୋଦି ହଟାଓ ଦେଶ ବଞ୍ଚାଓ ଆଦି ବିଭିନ୍ନ ମୋଦି ବିରୋଧୀ ନାର ରେ ନୟାଗଡ ମାଟି ପ୍ରକମ୍ପିତ ହଉଥିଲା । ଏକ ବର୍ଷ ର ବିଜେପି ସରକାର ,ନୟାଗଡ କୁ ଏକ ବର୍ଷ ଭିତରେ କଣ ଦେଇଛନ୍ତି ବୋଲି .ବରିଷ୍ଠ କଂଗ୍ରେସ ବିଧାୟକ ତଥା ପିସିସି ଉପସଭାପତି ତାରା ପସାଦ ବାହିନୀପତି ତଥ୍ୟ ଉପସ୍ଥାପନା କରୀ bjp ସରକାର ଉପରେ ବର୍ଷିଥିଲେ ॥୩୦୦ ୟୁନିଟ ବିଦ୍ୟୁତ ,ନୟାଗଡ ଚିନିକଳ ,ପ୍ରତି ପଞ୍ଚାୟତ ରେ ୧୦ ଯୁବକ ନକଙ୍କ ଚାକିରୀ ,ଚିଟ୍ଫଣ୍ଡ ତାଙ୍କ ଫେରସ୍ତ ଆଦି ପ୍ରତିଶୃତି ପୁରଣ ନ କରି ,ନୟାଗଡ ଜିଲ୍ଲା ଵାସୀ ତଥା ଓଡିଶା ଜନ ସାଧାରଣ ଙ୍କୁ ବିଜେପି ସରକାର ପ୍ରତାରଣା କରିଛି ବୋଲି ଉପସ୍ଥିତ ନେତ୍ରୁ ମଣ୍ଡଳୀ ତଥ୍ୟ ଉପସ୍ଥାପନା କରିଥିଲେ । ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ସହ ସହ ବିଜେଡି ଓ ବିଜେପି କର୍ମୀ ନୟାଗଡ କଂଗ୍ରେସ ରେ ଯୋଗଦେଇ ,ନୟାଗଡ କଂଗ୍ରେସ କୁ ସୁଦୃଢ କରିବେ ବୋଲି ସୂଚନା ମିଳିଛି ।
ଆଜିର ସମାବେଶ ରେ କଂଗ୍ରେସ ବିଧାୟକ ଦଳ ର ଉପନେତା ଅଶୋକ ଦାସ ଯୋଗ ଦେଇ କେନ୍ଦ୍ର ର ମୋଦି ସରକାର ,ରାଜ୍ୟ ର ମୋହନ ସରକାର ଯେପରି ଭାବରେ ସମ୍ବିଧାନ କୁ ଦୁରୁପଯୋଗ କରୀ , ed ,cbi ,income tax ,ଲଗାଇ ଯେଉଁପରି ଭାବରେ ନେତୃସ୍ଥାନୀୟ ଲୋକ ମାନଙ୍କୁ ଭୟବିତ୍ତ କରୁଛନ୍ତି ତାହା ଗଣତନ୍ତ୍ର ର ହତ୍ୟା ।
ପିସିସି ସାଧାରଣ ସମ୍ପାଦକ ଯଶୀର ନୱାଜ ଯୋଗ ଦେଇ ଆଗାମୀ ଦିନ ରେ ନୟାଗଡ ସଂଗଠନ କୁ ସୁଦୃଢ କରିବାପାଇଁ ନୟାଗଡ କଂଗ୍ରେସ କାର୍ଯ୍ୟ କର୍ତାଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ ॥
କୃଷକ ସେଲ ଅଧକ୍ଷ ଅମୀୟ ପଟ୍ଟନାୟିକ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ନୟାଗଡ ଜିଲ୍ଲା ରେ ଚାଷୀ ମାନଙ୍କ ପାଇଁ ଵୃତଙ୍ଗ ଓ ଚିନିକଳ ପାଇଁ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ,ବର୍ଷେ ହେଇଗଲା ମଧ୍ୟ ଏପଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ ଆରମ୍ଭ ହେଲା ନାହିଁ ।ଜିଲ୍ଲା ସଂଯୋଜକ ସତ୍ୟବ୍ରତ ନାୟକ ଆଗାମୀ ବର୍ଷ ନୟାଗଡ କଂଗ୍ରେସ ପାଇଁ ସଂକଳ୍ପ ! ସଂଘର୍ଷ ! ଓ ସମର୍ପଣ !ର ବର୍ଷ ହେବ ବୋଲି ଆହ୍ୱାନ ଦେଇଥିଲେ॥

ଏହି କାର୍ଯ୍ୟ କ୍ରମ ରେ ପୂର୍ବତନ ଜିଲା ସଭାପତି ରଂଜିତ ଦାସ ,ବରିଷ୍ଠ ନେତା ମନୋଜ ସାହୁ ,ହୁସେନ ଖାଁ ,ବିଭୁ ପ୍ରସାଦ ମିଶ୍ର ,ବୈଜନ୍ତି ମାଳା ,ସରୋଜ ପରିଡା ,ସୁଶାନ୍ତ ଶତପଥି ,ଧ୍ରୁବ ଚରଣ ପରିଡା ,ସତ୍ୟ ରଞ୍ଜନ ମତ୍ତା,ମିର ଅଵୁବକ୍କାର ସିଦି କି ,ଅନିଲ ଚୁଆଲ ସିଂ ,ଲଷ୍ମୀଧର ତ୍ରିପାଠୀ ,ପୂର୍ଣ୍ଣ ଚନ୍ଦ୍ର ନାୟକ ,ପ୍ରଦ୍ୟୁମ୍ନ କୁମାର ସାହୁ ,ଅଶୋକ ନାୟକ ,ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ,ବିନୋଦିନୀ ମହାନ୍ତି ,ଶଶିକାନ୍ତ ସାହୁ ,ପ୍ରକାଶ ଚନ୍ଦ୍ର ନାୟକ ,ପ୍ରତିମା ଜେନା ,ଅନ୍ତର୍ଯ୍ୟାମୀ ସାମଲ ଙ୍କ ସମେତ
ଶିବ ରଞ୍ଜନ ସାହୁ (ନୟାଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ),ଅମ୍ଲାନ ଅଂଶୁମାନ ସାହୁ ,ସୁନୀଲ କୁମାର ସାହୁ ,ଅରବିନ୍ଦ ପାଢ଼ୀ,ତାନିସ ,ଓମ ପ୍ରକାଶ ପ୍ରଧାନ ,ଶାଶ୍ୱତ ପ୍ରଧାନ ,ଓମ ବିଶ୍ୱାଳ , ଜୀବନ ଜ୍ୟୋତି , ରୁଦ୍ର ପ୍ରଧାନ , ଆଦି ଛାତ୍ର ନେତା ଯୋଗ ଦେଇ ସମାବେଶ କୁ ସଫଳ ରୂପେ କାର୍ଯ୍ୟକାରୀ କରିଥିଲେ ।