ନୟାଗଡ-ପୁରୀ, ଖଡ଼ଗପୁର-ନୟାଗଡ ପୁନଃ ରେଳସେବା ପାଇଁ ପୂର୍ବାଞ୍ଚଳ ରେଲୱେ ମୁଖ୍ୟ ପରିଚାଳକଙ୍କୁ ଜିଲ୍ଲା କଂଗ୍ରେସ ସ୍ମାରକପତ୍ର

ନୟାଗଡ-ପୁରୀ ପାସେଞ୍ଜର ଟ୍ରେନ , ଖଡ଼ଗପୁର-ନୟାଗଡ ପୁନଃ ରେଳସେବା ପାଇଁ ପୂର୍ବାଞ୍ଚଳ ରେଲୱେ ମୁଖ୍ୟ ପରିଚାଳକଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ସ୍ମାରକପତ୍ର ପ୍ରଦାନ କରିଛନ୍ତି, ତତ ସହ ଯେଉଁ କର୍ମଚାରୀ ମାନଙ୍କୁ ସେମାନଙ୍କ ମୂଳ କାର୍ଯ୍ୟରୁ ପ୍ରତ୍ୟାହାର କରାଯାଇଛି ସେମାନଙ୍କୁ ତତ୍କାଳ ପୁନଃ ନିଯୁକ୍ତି ଦେବା ପାଇଁ ମଧ୍ୟ ସ୍ମାରକପତ୍ର ରେ ଉଲ୍ଲେଖ କରାଯାଇଛି l

ନୟାଗଡ ଜିଲ୍ଲା ଅଧିବାସୀ ମାନଙ୍କ ଅତ୍ୟାବଶ୍ୟକ ରେଳ ସେବା ପୁରୀ ନୟାଗଡ ପାସେଞ୍ଜର ଟ୍ରେନ କୁ କୋଭିଡ ସତର୍କତା ପାଇଁ ବନ୍ଦ ରଖା ଯାଇଥିଲା, କିନ୍ତୁ ବର୍ତ୍ତମାନ କୋଭିଡ କଟକଣା ୩୧ ମାର୍ଚ୍ଚ ରୁ ଆଉ ନଥିବା ସ୍ଥଳେ ରେଲୱେ କର୍ତୃପକ୍ଷ ଏହି ଟ୍ରେନ କୁ ଚଳାଚଳ ପାଇଁ ଅନୁମତି ନଦେବା ନୟାଗଡ ବାସୀଙ୍କ ପ୍ରତି ଘୋର ଅନ୍ୟାୟ କରାଯାଉଛି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି l

ପୁରୀ ନୟାଗଡ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ନୟାଗଡ ର ବହୁ ଗଣ ସଂଗଠନ ବାରମ୍ବାର ରେଲୱେ କର୍ତୃପକ୍ଷଙ୍କୁ ପତ୍ର ଲେଖୁଥିଲେ ମଧ୍ୟ କୌଣସି ପ୍ରତିକାର ହୋଇପାରୁ ନାହିଁ l ନୟାଗଡ-ପୁରୀ, ନୟାଗଡ-ଖଡ଼ଗପୁର ରେଳସେବା ତୁରନ୍ତ କାର୍ଯ୍ୟକ୍ଷମ କରାନଯାଏ ତେବେ ଦଳ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସ୍ମାରକପତ୍ର ରେ ଉଲ୍ଲେଖ କରାଯାଇଛି l ସ୍ମାରକପତ୍ର ର ନକଲ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଦାନ କରାଯାଇଛି l

You might also like
Leave a comment