ନୟାଗଡ-ପୁରୀ ଟ୍ରେନ ଚଳାଚଳ ପ୍ରସଙ୍ଗ ସ୍ଥାୟୀ ଲୋକଅଦାଲତ (ଜନ ଉପୋଯୋଗୀ ଅଦାଲତ ) ରେ ଆଇନଜୀବି ରଣଜିତ ଦାଶ ଦାଏର କଲେ ଯାଚିକା |

ପୂର୍ବତଟ ରେଳପଥ ମହା ପ୍ରବନ୍ଧକ ପକ୍ଷଭୁକ୍ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏବଂ ପାରମ୍ପରିକ ରୀତିନୀତି ପାଖେଇ ଆସୁଥିବା ବେଳେ ଗତ ୨୦.୩.୨୦୨୦ ଠାରୁ କୋଭିଡ ମହାମାରୀ ପାଇଁ ସାମୟିକ ବ୍ୟାହତ ରହିଥିବା ନୟାଗଡ-ପୁରୀ ନିୟମିତ ପାସେଞ୍ଜର ଟ୍ରେନ ପୁନଃ ଚଳାଚଳ ପାଇଁ ପୂର୍ବତଟ ରେଳବାଇ କର୍ତୃପକ୍ଷ ନିର୍ଦ୍ଦେଶ ପ୍ରଦାନ ରେ ଅହେତୁକ ବିଳମ୍ବ ସାଡେ ବାର ଲକ୍ଷ ଜିଲ୍ଲାବାସୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଉଛି l ନୟାଗଡ ପୁରୀ ପାସେଞ୍ଜର ଟ୍ରେନ କୁ ସ୍ୱାଭାବିକ କରିବା ପାଇଁ ସ୍ଥାନୀୟ ଲୋକପ୍ରତିନିଧି, ଜିଲ୍ଲା କଂଗ୍ରେସ ସଭାପତି ତତସହ ବିଭିନ୍ନ ଗଣସଂଗଠନ କାର୍ଯ୍ୟକର୍ତା ରେଲୱେ କର୍ତୃପକ୍ଷଙ୍କୁ ଅନୁରୋଧ କଲା ପରେ ମଧ୍ୟ କୌଣସି ଆନ୍ତରିକ ଉଦ୍ୟମ ଆରମ୍ଭ ହୋଇ ପାରିଲା ନାହିଁ l

ଆଇନଜୀବି ରଣଜିତ ଦାଶ ଆଉ ପାଦେ ଆଗେଇ ଆଜି ପୂର୍ବତଟ ରେଲୱେ ମହା ପ୍ରବନ୍ଧକଙ୍କୁ ପକ୍ଷଭୁକ୍ତ କରି ମାନନୀୟ ଅଧ୍ୟକ୍ଷ, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା ), ପୁରୀ ଙ୍କ ଅଦାଲତଙ୍କ ପାଖରେ ଆଇନସେବା ପ୍ରାଧିକରଣ ଆଇନ ର ୨୨ ଗ ଧାରାରେ ଏକ ପିଟିସନ ଦାଏର କରି ପୁରୀ-ନୟାଗଡ ପାସେଞ୍ଜର, ନୟାଗଡ-ଖଡ଼ଗପୁର ଟ୍ରେନ ଚଳାଚଳ ସ୍ୱାଭାବିକ କରି ଜନସାଧାରଣଙ୍କୁ ରେଳ ଗମନାଗମନ ଅଧିକାର ସାବ୍ୟସ୍ତ ପାଇଁ ହସ୍ତକ୍ଷେପ ପ୍ରାର୍ଥନା କରିଛନ୍ତି l

ସେହିପରି ଖଡ଼ଗପୁର ରୁ ନୟାଗଡ ଆସୁଥିବା ଟ୍ରେନ କୁ କୌଣସି କରଣ ଦର୍ଶନଯାଇ ମନଇଛା ୨୦୧୯ ରୁ ବାତିଲ କରାଯାଇଛି, ତେଣୁ ନୟାଗଡ ସହ ଅନ୍ତଃରାଜ୍ୟ ରେଳ ଚଳାଚଳ ବ୍ୟାହତ କରାଯାଇ ନୟାଗଡ ବାସୀଙ୍କୁ ରେଳସେବା ରୁ ବଞ୍ଚିତ କରାଯାଇଚ୍ଛି l ରେଳ ଚଳାଚଳ ସ୍ୱାଭାବିକ ହେଲେ ଠାକୁରଙ୍କ ରଥଯାତ୍ରା ସହ ପାରମ୍ପରିକ ରୀତିନୀତି ଦର୍ଶନ ପାଇଁ ଲୋକେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି l ପୁରୀ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ଜନ ଉପଯୋଗୀ ସେବା Public Utility Service ଅଧୀନରେ ନୟାଗଡ ଜିଲ୍ଲା ଆଇନସେବା କାର୍ଯ୍ୟ କରୁଥିବାରୁ ଏହି ପିଟିସନ ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ଜରିଆରେ ଦାଏର କରାଯିବା ପରେ ଏହାର ତ୍ୱରିତ ବିଚାର ପାଇଁ ପୁରୀ ପଠାଇ ଦିଆ ଯାଇଛି l

You might also like
Leave a comment