ନୟାଗଡ ବନଖଣ୍ଡରେ ୭୫ କୋଟି ଟଙ୍କାର କାମ୍ପା ଯୋଜନା ଅର୍ଥରାଶି ହଡପ| ତଦନ୍ତ ଦବୀରେ ରିଲେ ଅନଶନ ୧୨ ଦିନରେ

ନୟାଗଡ ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ଫରେଷ୍ଟ ରେଞ୍ଜ ମାନଙ୍କରେ ବନୀକରଣ, ଚାରାରୋପଣ ଏବଂ ଜଙ୍ଗଲ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରତ୍ୟେକ ବର୍ଷ ୧୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେଉଛନ୍ତି l ଏହି ଟଙ୍କାକୁ ପିଡବ୍ଲୁଡି କୋଡ଼ ଅନୁସାରେ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ କରାଯିବାର ବିଭାଗୀୟ ନିର୍ଦ୍ଧେଶନାମା ମଧ୍ୟ ରହିଛି, କିନ୍ତୁ ବିଭିନ୍ନ ସମୟରେ ଡ଼ିଏଫଓ, ଏସିଏଫ ଏବଂ ରେଞ୍ଜ ଅଫିସର ମାନେ ମିଳିତ ଚକ୍ରାନ୍ତ କରି କୋଟିକୋଟି ଟଙ୍କାର କାମ୍ପା ଅର୍ଥରାଶିକୁ ହଡପ କରିବା ପାଇଁ ବିଭାଗୀୟ ନିର୍ଦ୍ଧେଶନାମାକୁ ଅଣଦେଖା କରି ରେଞ୍ଜ ଅଫିସର ମାନେ ମନଇଛା ଲେବର ଲଗାଇ ରେଭିନିଉ ଟିକେଟରେ ଟଙ୍କା ଦେଣନେଣ ଦେଖାଇ କ୍ୟାସବୁକ ପୂରଣ କରି କାର୍ଯ୍ୟ କରିଵା ପରେ ଉପରିସ୍ଥ ଅଧିକାରୀ ମାନେ ଏହାକୁ ମଞ୍ଜୁରୀ ଦେଉଥିବା ପ୍ରମାଣ ରହିଛି l

ଏହି ଉପାୟରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୭୫ କୋଟି ଟଙ୍କା ଅନୁଦାନରୁ ଅଧା ଟଙ୍କା ହଡପ କରାଯାଇ ଥିବା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ, ପିସିସି ସମ୍ପାଦକ ହୁସେନ ଖାଁ, ସୂଚନା ଅଧିକାର କର୍ମୀ କେଶବ ମହାକୁଡ଼ ପ୍ରମୁଖ ଅଭିଯୋଗ କରି ଏହି ବିରାଟ ଦୁର୍ନୀତିର ଭଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି l ନୟାଗଡ ଡ଼ିଏଫଓ ଅଫିସ ଆଗରେ ଆଜିକୁ ୧୧ ଦିନ ଧରି ଧାରଣା ରିଲେ ଅନଶନ ଦିଆଯିବା ସତ୍ୱେ ରାଜନୈତିକ ଚାପରେ ଡ଼ିଏଫଓ ମହାଶୟା ଚୁପ ବସିଛନ୍ତି l

ନୟାଗଡ ରେଞ୍ଜ ଅଫିସର ଯେକି ନୟାଗଡ ରେଞ୍ଜ ଅଧୀନରେ ଆଗରୁ ଫରେଷ୍ଟର ଭାବେ କାର୍ଯ୍ୟ କରି ପୁଣି ପଦୋନ୍ନତି ପାଇ ଦୀର୍ଘ ବର୍ଷ ଧରି ଏଠାରେ ରେଞ୍ଜ ଅଫିସର ଭାବେ କାର୍ଯ୍ୟକରି ଅସତ ଉପାୟରେ କୋଟିକୋଟି ଟଙ୍କା ହଡପ କରି ତାଙ୍କ ସମ୍ପର୍କୀୟଙ୍କ ନାମରେ ଦଶପଲ୍ଲାରେ ଫାର୍ମହାଉସ, ପେଟ୍ରୋଲ ପମ୍ପ, ଏବଂ ବହୁ ବେନାମୀ ସମ୍ପତ୍ତିର ଅଧିକାରୀ ହୋଇଥିବା ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି l ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ର ତଦନ୍ତ ପାଇଁ ଜିଲ୍ଲା କଂଗ୍ରେସର ଏକ ଟିମ ଆଗାମୀ ଶନିବାର ଦିନ ନୟାଗଡ ଭିଜିଲାନ୍ସ ଡ଼ିଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି l ନୟାଗଡ ବଲାଙ୍ଗୀ ପାର୍କରେ ନୟାଗଡ ରେଞ୍ଜ ଅଧିକାରୀ ପ୍ରାୟ ଦୁଇକୋଟି ଟଙ୍କାର କାର୍ଯ୍ୟ ବିନା ଟେଣ୍ଡର ରେ କରିଥିବା ମଧ୍ୟ ତଦନ୍ତ ସାପେକ୍ଷ

You might also like
Leave a comment