ନୟାଗଡ ବ୍ଲକ୍ ଅନ୍ତର୍ଗତ ବାଲୁଗାଁ ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜି ହିନ୍ଦୀ ଦିବସ ପାଳିତ ହୋଇଯାଇଛି i
ନୟାଗଡ ବ୍ଲକ୍ ଅନ୍ତର୍ଗତ ବାଲୁଗାଁ ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜି ହିନ୍ଦୀ ଦିବସ ପାଳିତ ହୋଇଯାଇଛି i ଏହି ଉପଲକ୍ଷେ ପିଲାମାନେ ହିନ୍ଦୀ ଶିକ୍ଷକ ଶ୍ରୀ ଶୁଭାଶିଷ ସାହୁଙ୍କ ନିର୍ଦ୍ଦେଶନା ରେ ଭାରତର ପ୍ରଥମ ମହିଳା ଡାକ୍ଟର ଅନନ୍ଦୀ ବେନ ଯୋଶୀଙ୍କ ଜୀବନୀ ଅଧାରିତ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ i ସେହିପରି ହିନ୍ଦୀ ଭାଷା ସମ୍ପର୍କିତ ବିଭିନ୍ନ ବିଭାଗରେ ପ୍ରତିଯୋଗିତା କରାଯାଇ ଛାତ୍ର-ଛାତ୍ରୀ ମାନକୁ ପୁରଷ୍କୃତ କରାଯାଇଥିଲା i

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଭାଷ୍କର ସାହୁ (CRCC) ହିନ୍ଦୀ ଭାଷା ଭାରତର ଏକତାର ମୁଳ ମନ୍ତ୍ର ରୁପେ ଅଭିହିତ କରିଥିଲେ ଏବଂ ହିନ୍ଦୀ ଶିକ୍ଷକ ଶ୍ରୀ ଶୁଭାଶିଷ ସାହୁ ହିନ୍ଦୀ ଭାଷାର ଗୌରବମୟ ଇତିହାସକୁ ମନେପକେଇବା ସହିତ ହିନ୍ଦୀ ଭାଷାର ବିକାସ ଏବଂ ହିନ୍ଦୀ ଭାଷା କୁ ଜନମାନସର ଭାଷା ରୁପେ ବର୍ଣନା କରିଥିଲେ i ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ତମିଶ୍ରା ସେଠୀଙ୍କ ପୌରୋହିତ୍ୟାରେ ବିଜୟୀ ଛାତ୍ର-ଛାତ୍ରୀ ମାନକୁ ପୁରସ୍କୃତ କରାଯାଇଥିଲା i ଉକ୍ତ ସଭା ରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷାତ୍ରୀ ଶ୍ରୀମତୀ ସ୍ମିତାରଣୀ ରାଉତ, ଶ୍ରୀ ପଦ୍ମନାଭ ବେହେରା, ଶ୍ରୀ ପଦ୍ମ ଚରଣ ସାହୁ, ଶ୍ରୀମତୀ ଭବାନୀ ମିଶ୍ର, ଶ୍ରୀ ଜିତେନ୍ଦ୍ର କୁମାର କଅଁର ଏବଂ ଶ୍ରୀମତୀ ସ୍ବାତୀ ଗୌଣ ପ୍ରମୁଖ ଉପସ୍ଥିତ ଥିଲେ i