ଜିଲ୍ଲାବାସୀ ଙ୍କୁ ଡବଲଇଞ୍ଜିନ ସରକାର ଲଲିପପ ଧରେଇଲେ
ରାଜ୍ୟ ବିଧାନସଭା ରେ ବଜେଟ ଉପସ୍ଥାପନ ପରିପ୍ରେକ୍ଷୀରେ ମୋହନ ସରକାରଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ମୋହର ମାରି ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି l ଭଦ୍ରକ ଜିଲ୍ଲା ଏବଂ ନୟାଗଡ ଜିଲ୍ଲା ଭୌଗଳିକ ଏବଂ ଜନସଂଖ୍ୟା ଦୃଷ୍ଟିରୁ ସମାନ l ଏକଦିନରେ ଜିଲ୍ଲାର ମାନ୍ୟତା ପାଇଥିଲା l ତେବେ ଉଭୟ ଜିଲ୍ଲା ର ଜନସାଧାରଣ ମେଡିକାଲ କଲେଜ ପାଇଁ ବାରମ୍ବାର ଦାବୀ ଉଠାଉ ଥିଲେ l କିନ୍ତୁ ବିଜେପି ସରକାର ପାତରଅନ୍ତର ନୀତି ଆପଣାଇ ନୟାଗଡ ଜିଲ୍ଲା ବାସୀ ଙ୍କୁ ଭଣ୍ଡେଇ ଦେଇଛନ୍ତି ବୋଲି ନୟାଗଡ ବିଧାନସଭା କଂଗ୍ରେସ ପ୍ରାର୍ଥୀ ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଟୁଇଟ କରି ବିଜେପି ସରକାର କୁ ଟାର୍ଗେଟ କରିଛନ୍ତି l ଯେତେବେଳେ ବିଧାନସଭା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କଥା କହୁଥିଲେ ସେତେବେଳେ ଆମ ଜିଲ୍ଲା ଏର ଚାରିଚାରି ଜଣ ଲୋକପ୍ରତିନିଧି ନୟାଗଡ ମେଡିକାଲ କଲେଜ ଦାବୀ ଉପସ୍ଥାପନ ନକରାଇବା ଜିଲ୍ଲା ବାସୀ ଙ୍କୁ ବ୍ୟଥିତ କରିଛି l ନୟାଗଡ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପ୍ରସଙ୍ଗରେ ବିଜେପି ନିର୍ବାଚନ ପ୍ରତିଶୃତି ଦେଇଥିଲା କିନ୍ତୁ ଏବେ ଜିଲ୍ଲାବାସୀଙ୍କୁ ବିଜେପି ସରକାର ଅଣଦେଖା କରୁଛି ବୋଲି କଂଗ୍ରେସ ନେତା ଶ୍ରୀ ଦାଶ ଅଭିଯୋଗ କରିଛନ୍ତି l ଭଦ୍ରକ ଜିଲ୍ଲାରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ଦବଦବା ଥିବାରୁ ସରକାର ଙ୍କ ଉପରେ ଚାପ ପ୍ରୟୋଗ କରି ସଫଳ ହୋଇଥିଲା ବେଳେ ଆମ ଜିଲ୍ଲାରେ ମାନନୀୟା ବାଚସ୍ପତି ଜିଲ୍ଲାରେ ମେଡିକାଲ କଲେଜ ପ୍ରସଙ୍ଗରେ ଫେଲ ମାରିଛନ୍ତି ଏବଂ ଉଭୟ ବିଜେପି ବିଜେଡି ସରକାର ଜିଲ୍ଲାର ସ୍ୱାସ୍ଥ୍ୟସେବା ବିକାଶ ପ୍ରକ୍ରିୟା ରେ ବାଧକ ସାଜିଛନ୍ତି ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି l ନୟାଗଡ ଜିଲ୍ଲାବାସୀଙ୍କ ହକ ପାଇଁ ଜିଲ୍ଲାରେ ବିସ୍ତାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ କଂଗ୍ରେସ ଦଳ ପ୍ରାକ ପ୍ରସ୍ତୁତି କରି ପ୍ରତ୍ୟେକ ନେତା କାର୍ଯ୍ୟକର୍ତା ମାନଙ୍କ ସହଯୋଗରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ମୁଖ୍ୟ ଡାକ୍ତରାଖାନା ଆଗରେ ଶାନ୍ତିପୂର୍ଣ୍ଣ ଗଣଧାରଣା ସହ ରାଜରାସ୍ତାରେ ଲଢେଇ କରିବ ବୋଲି ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧି ବନ୍ଧୁ ମାନଙ୍କୁ ପ୍ରେସବାର୍ତା ରେ କହିଛନ୍ତି