ନୟାଗଡ ବିଧାନସଭା କଂଗ୍ରେସ ବିଧାୟକ ପ୍ରାର୍ଥୀ ନୟାଗଡ ଓଡଗାଁ ଅଞ୍ଚଳ ର ବିଭିନ୍ନ ଗାଁ ଗାଁ ବୁଲି ୨୦୧୯ ନିର୍ବାଚନ ରେ କଂଗ୍ରେସ ଉପରୁ ମୁଁହ ଫେରାଇଥିବା ଦଳୀୟ ପୁରୁଖା କର୍ମୀ ନେତା ମାନଙ୍କୁ ବୁଝାଇ ଦଳର ମୁଖ୍ୟ ସ୍ରୋତ ରେ ସାମିଲ କରାଇ ପଞ୍ଚାୟତ ସ୍ତରୀୟ ବୈଠକ କରାଇବା ପରେ କଂଗ୍ରେସ କର୍ମୀ ମାନଙ୍କ ଭିତରେ ଜୋସ ବଢୁଥିବା କହିଛନ୍ତି କଂଗ୍ରେସ ପ୍ରାର୍ଥୀ ରଣଜିତ ଦାଶ । ଗତ ୨୮ ତାରିଖରେ ମାଛିପଡ଼ା, ବିରୁଡ଼ା ଏବଂ ନଡ଼ିଆଳି ପଞ୍ଚାୟତ ବୈଠକ ରେ କର୍ମୀ ମାନଙ୍କ ପ୍ରସ୍ତାବ କ୍ରମେ ଦଶ ଜଣିଆ ବୁଥ କମିଟି ଗଠନ କରାଯାଇ କଂଗ୍ରେସ କୁ ଶକ୍ତିଶାଳୀ କରାଯିବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଥିଲା ।
ନୟାଗଡ ଓଡଗାଁ ଅଞ୍ଚଳ ର ପ୍ରତ୍ୟହ ଘଣ୍ଟାଘଣ୍ଟା ବିଦ୍ୟୁତକାଟ ସମସ୍ୟା, ପ୍ରତ୍ୟେକ ଗାଁ ରେ ପାନୀୟ ଜଳ ସମସ୍ୟା, ଯୁବକ ପିଲା ମାନଙ୍କପାଇଁ ରୋଜଗାର ବ୍ୟବସ୍ଥା ସୃଷ୍ଟି କରାଯାଉ ନଥିବାରୁ ପ୍ରତ୍ୟେକ ପଞ୍ଚାୟତ ରୁ ଶହଶହ ପିଲା ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ଭଳି ପ୍ରମୁଖ ସମସ୍ୟା ଏବଂ ଗାଁ ଗାଁ ରେ କଙ୍ଗାରୁ କୋର୍ଟ ଦ୍ୱାରା ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ଭଳି ସାମାଜିକ ବ୍ୟାଧି ଇତ୍ୟାଦି କୁ ପ୍ରସଙ୍ଗ କରୁଛି କଂଗ୍ରେସ । ନୟାଗଡ ରେ ଶାନ୍ତି ମୈତ୍ରୀ ଭାଇଚାରା ଭାତୃତ୍ୱଭାବ ଫେରାଇ ଆଣି ନୟାଗଡ କୁ ବଡ କରିବା ବୋଲି ରଣଜିତ କର୍ମୀ ମାନଙ୍କୁ ବୁଝାଉ ଛନ୍ତି । ଏହି ଦଳୀୟ ବୈଠକ ରେ ବରିଷ୍ଠ ନେତା ଲଷ୍ମୀଧର ତ୍ରିପାଠୀ, କମଳ ଚରଣ ସାହୁ, ସୋସିଆଲ ମେଡ଼ିଆ ଟିମ ଦିଲ୍ଲୀପ କୁମାର ବିଶୋଇ, ସୁଧାଂଶୁ ଶେଖର ରଥ, କୃଷ୍ଣ ଚନ୍ଦ୍ର ପ୍ରଧାନ, ଧ୍ରୁବ ଚରଣ ପ୍ରଧାନ, ରବୀନ୍ଦ୍ର ସାହୁ, ପ୍ରମୋଦ ଯାନୀ, ପଞ୍ଚୁ ପ୍ରଧାନ, ଭଗବାନ ମଳିକ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।