ରଣପୁର ମାଟିର ଯୋଗ୍ୟ ସନ୍ତାନ,ଗର୍ବ ଗୌରବ ତଥା ଅମ୍ଳାନ ଯୁବ ପ୍ରତିଭା ଶହୀଦ ରଘୁ-ଦିବାକର ଙ୍କ ଆଜି ବଳିଦାନ ଦିବସ ରେ ସକାଳ ୧୦ଟା ସମୟରେ ପାର୍ଟି ତରଫରୁ ରଣପୁର ପଞ୍ଚୁଦୋଳ ପଡିଆ ରେ ଥିବା ଶହୀଦ ମଣ୍ଡପ ରେ ସମବେତ ହୋଇ ସହିଦ୍ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ପାର୍ଟି ତରଫରୁ ଅନୁଷ୍ଠିତ ଆଲୋଚନା ସଭାରେ ପରାଧୀନ ଭାରତ ରେ ବ୍ରିଟିଶ ସାମ୍ରାଜ୍ୟବାଦ ର ଆକ୍ରମଣ ସାଙ୍ଗକୁ ରଣପୁର ରେ ରାଜତନ୍ତ୍ର ର ବେଠି ବେଗାରୀ ଭଳି ପ୍ରଜା ଙ୍କ ଉପରେ ନଗ୍ନ ଆକ୍ରମଣ କୁ ପ୍ରତିହତ କରିବା ପାଇଁ ମୁଣ୍ଡ ଟେକିଥିବା ପ୍ରଜା ଆନ୍ଦୋଳନରେ ବେଜେଲଗେଟ ସାହେବ କୁ ଠେଙ୍ଗା ରେ ବାଡେଇ ବାଡେଇ ହତ୍ୟା କରିଥିଲେ।ତାର ନେତୃତ୍ୱ ନେଇଥିବା ଶହୀଦ ରଘୁ-ଦିବାକର ଙ୍କ ସାଲିସ ହୀନ ସଙ୍ଗ୍ରାମ ସାରାଦେଶ ରେ ଓ ବିଶ୍ବ ରେ ଚହଳ ପକାଇ ଥିଲା। ଏହି ଅମ୍ଳାନ ଯୁବ ପ୍ରତିଭା ଦ୍ୱୟ ଙ୍କ ସାହାସିକତା ଓ ଦେଶପ୍ରେମ ଯୁଗେ ଯୁଗେ ଅମ୍ଳାନ ହୋଇ ରହିଛି ଓ ରହିବ ବୋଲି ବକ୍ତା ମାନେ ଆଲୋଚନା କରିଥିଲେ। ଦେଶ ମାତୃକାର ଏହି ଯୋଜ୍ଞ ସନ୍ତାନ ଙ୍କର ସାମ୍ରାଜ୍ୟବାଦ ଓ ସାମନ୍ତବାଦ ବିରୋଧି ବିଚାର କୁ ଅଙ୍ଗୀକାର କରି ଦେଶର ଏକତା , ଅଖଣ୍ଡତା ଓ ସାମ୍ପ୍ରଦାୟିକ ସଦ୍ଭାବ ପାଇଁ ଆଜିର ଯୁବ ପିଢି ଓ ଜନଗଣ କାର୍ଯ୍ୟ କରିବାକୁ ବକ୍ତା ମାନେ ଆହ୍ଵାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ପାର୍ଟିର ବରିଷ୍ଠ ନେତା ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡ଼ା, ଶ୍ରମିକ ନେତା ସୁରେଶ ସ୍ଵାଇଁ, ଶିକ୍ଷକ ନେତା ମନୋଜ ପାତ୍ର, ଚାଷି ନେତା ଦୁଃଶାସନ ଜେନା,ଶୁଶୀଲ ମହାନ୍ତି,ଲକ୍ଷ୍ମୀଧର ଲେଙ୍କା ପ୍ରମ୍ମୁଖ ଯୋଗ ଦେଇ ଆଲୋଚନା କରିଥିଲେ।